Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ଭାଗ ସ୍ତରୀୟ ଖେଳକୁଦ ସମାରୋହ ଉଦଯାପିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ଭାଗ ସ୍ତରୀୟ ଖେଳକୁଦ ସମାରୋହ ଉଦଯାପିତ

ପଦ୍ମପୁର : ସ୍ଥାନୀୟ ସରସ୍‌୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ଆନୁକୂଲ୍ୟରେ ସ୍ଥାନୀୟ ଧୂମାଭଟା ପଡ଼ିଆ ରେ ସମ୍ଭାଗ ସ୍ତରୀୟ ଖେଳକୁଦ ସମାରୋହ ୨୦୨୩-୨୪ ଆଜି ଉଦଯାପିତ ହୋଇଯାଇଛି ୟମୂଖ୍ୟ ଅତିଥି ଭାବରେ ଯୁବନେତା ଶ୍ରୀଯୁକ୍‌ତ ପ୍ରିତେଶ କୁମାର ବହିଦାର ଯୋଗଦେଇ ପୁଷ୍ପାର୍ଚ୍ଚନା କରି ଜ୍ୟୋତି ର୍ନିବାପନ ପୂର୍ବକ ଧ୍ୱଜା ଅବତରଣ କରି ଆସନ୍ତା ବର୍ଷ ପାଇଁ ରାଉରକେଲା ବିଭାଗ ନିରୀକ୍ଷକ କୁ ଧ୍ୟଜ ପ୍ରଦାନ କରି ଉଦଯାପନ ଘୋଷଣା କରି ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ହାରିବା ଓ ଜିଣିବା କୁ ନଜର ନରଖି ଖେଳରେ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍‌୍ୱାଗତ ଭାଷଣ ଦେଇ ଥିଲେ । ଶିବାନନ୍ଦ ଦାଶ ସମ୍ଭାଗ ଶାରୀରିକ ପ୍ରମୁଖ ବୃନ୍ଦ କଥନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍‌ତ ମନୋଜ କୁମାର ପଣ୍ଡା( ସହ ଜିଲ୍ଲା ପ୍ରମୁଖ ),ଶ୍ରୀଯକ୍ତ ଶିବ ପ୍ରସାଦ ବାଗ (ପଶ୍ଚିମ ସମ୍ଭାଗ କୋଷାଧ୍ୟକ୍ଷ ),ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଜ୍ୟୋତି ରଂଜନ ମିଶ୍ର ପଶ୍ଚିମ ସମ୍ଭାଗ ସଂଯୋଜକ ,ପ୍ରାନ୍ତ ବିଦ୍ୟା ମନ୍ଦିର ସଂଯୋଜକ ଶ୍ରୀଯୁକ୍‌ତ ଆଶିଷ କମାର ରଥ, ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ବରଗଡ଼ ବିଭାଗ ନିରୀକ୍ଷକ ଶ୍ରୀ ଲୋକନାଥ ମିଶ୍ର ଶୈକ୍ଷିକ ସଂଯୋଜକ ଶିଶୁ ବାଟିକା ବିଭାଗ,ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପଧାନ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁବରାଜ ପଧାନ ପ୍ରମୁଖ ସହଯୋଗ କରିଥିଲେ ୟକୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ପୃଥିରାଜ ସାହୁ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦାୟୀ ସଂଚାଳନ ପରେ କାର୍ଯ୍ୟକ୍ରମ ଟି ସମାପ୍ତ ହୋଇଥିଲା । ୫ଟି ଜିଲ୍ଲାରୁ ୨୯୮ ଜଣ ଭାଇ ଭଉଣୀ ଖେଳକୁଦ ରେ ଭାଗନେଇ ଥିଲେ ଏଥିରେ ୩୦ ଜଣ କ୍ରୀଡ଼ା ପରିଚାଳକ ସହଯୋଗ କରିଥିବା ବେଳେ ପ୍ରାନ୍ତ ଶାରୀରିକ ପ୍ରମୁଖ ଶ୍ରୀ ଦିଲୀପ ସାଥୁଆ ଓ ସମ୍ଭାଗ ଶାରୀରିକ ପ୍ରମୁଖ ଶ୍ରୀ ଶିବାନନ୍ଦ ଦାଶ କ୍ରୀଡ଼ା ପରିଚାଳନା କରିଥିଲେ । ପଦ୍ମପୁର ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ଓ ପୁରାତନ ଛାତ୍ର ସଂସଦ ର ସହଯୋଗ ରେ କାର୍ଯ୍ୟ କ୍ରମ ଟି ସଫଳ ହୋଇଥିଲା

Leave a Reply