Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ରାମମନ୍ଦିରର ଭବ୍ୟ ଗର୍ଭଗୃହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ରାମମନ୍ଦିରର ଭବ୍ୟ ଗର୍ଭଗୃହ

ଆଯୋଧ୍ୟା : ସାମ୍ନାକୁ ଆସିଲା ଅଯୋଧ୍ୟାରେ ର୍ନିମାଣ ହେଉଥିବା ଭବ୍ୟ ରାମମନ୍ଦିରର ଗର୍ଭଗୃହ । ରାମଲାଲାଙ୍କ ବିଗ୍ରହ ଯେଉଁ ସ୍ଥାନରେ ସ୍ଥାପନା ହେବ ତାହାର ଭବ୍ୟ ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ଏହାର ଭାସ୍କର୍ଯ୍ୟ କଳା ଅତ୍ୟନ୍ତ ଅଦ୍ଭୁଦ, ଆଶ୍ଚର୍ଯ୍ୟ ଓ ଆକର୍ଷଣୀୟ । ଏଠାରେ ଆକର୍ଷଣୀୟ ଚିତ୍ରାକଳା ସ୍ଥାନ ପାଇଛି । ଭାରତୀୟ କଳାକୃତିରେ ଭବ୍ୟ ହୋଇଛି ମନ୍ଦିର । ଏହି ମହଲାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ ସାଧାରଣ ସମ୍ପାଦକ ଚମ୍ପତ ରାୟ ସାମ୍ବାଦିକ ସମ୍ମିଳନୀ କରି ମନ୍ଦିର ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ୟମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ହନୁମାନ ଓ ଉତ୍ତର ଭାଗରେ ଦେବୀ ଅତ୍ତପୂର୍ଣ୍ଣାଙ୍କ ମନ୍ଦିର ରହିବ । ୭୦ ଏକର ଜମିରୁ କେବଳ ୨୦ ଏକର ଜମିରେ ରାମମନ୍ଦିର ର୍ନିମାଣ ହୋଇଛି । ମନ୍ଦିରକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏଠାରେ ଏକସଙ୍ଗରେ ୨୫ହଜାର ଶ୍ରଦ୍ଧାଳୁ ରହିପାରିବେ । ମନ୍ଦିରର ପରିସରରେ ଖାଇବା, ପିଇବା, କ୍ୟାଣ୍ଟିନ, ଶୌଚାଳୟ ଏହଂ ହସ୍ପିଟାଲର ବ୍ୟବସ୍ଥା ମଧ୍ୟ ରହିଛି । ଭୀତ୍ତକ୍ଷମଙ୍କ ପାଇଁ ଲିପ୍ଟର ବ୍ୟବସ୍ଥା ହୋଇଛି । ରାମମନ୍ଦିରରେ ମୋଟ୍ ୪୪ଟି ଦ୍ୱାର ରହିଛି । ୩୩ଟି ଶିଢ଼ି ଚଢିବା ପରେ ଶ୍ରଦ୍ଧାଳୁ ମୁଖ୍ୟ ଦ୍ୱାରରେ ପହଁଚିପାରିବେ । ପୂର୍ବ ଦ୍ୱାରରେ ପ୍ରବେଶ ଓ ଦକ୍ଷିଣ ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିପାରିବେ । ଆସନ୍ତା ଜାନୁଆରୀ ୧୬ ତାରିଖରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ବୈଦିକ ଅନୁଷ୍ଠାନ ମୁଖ୍ୟ ସମାରୋହ ଗୋଟିଏ ସପ୍ତାହ ପୂର୍ବରୁ ହେବ । ପ୍ରତିଷ୍ଠା ସମାରୋହରେ ମୁଖ୍ୟ ପୂଜକ ଗଣେଶ୍ୱର ଶାସ୍ତ୍ରୀ ଏବଂ ଲକ୍ଷ୍ମୀକାନ୍ତ ଦିକ୍ଷୀô ଦ୍ୱାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ରାମମନ୍ଦିର ପ୍ରତିଷ୍ଠା ସମାରୋହରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ଅଯୋଧ୍ୟା ସିଆରପିଏଫ, ୟୁପିଏସଏସଏଫ୍ ଏବଂ ୟୁପି ପୋଲିସ୍ ନଜରରେ ରହିବ ।

Leave a Reply