Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସିଆ କପ୍ ପରେ ପୁଣି ଥରେ ପାକିସ୍ତାନକୁ ଲାଗିବ ଝଟ୍‌କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସିଆ କପ୍ ପରେ ପୁଣି ଥରେ ପାକିସ୍ତାନକୁ ଲାଗିବ ଝଟ୍‌କା

ମୁମ୍ବାଇ: ଏସିଆ କପ୍ ପରେ ପୁଣି ଥରେ ପାକିସ୍ତାନକୁ ଲାଗିବ ଝଟ୍‌କା । ହାତରୁ ଖସିପାରେ ୨୦୨୫ ଚମ୍ପିଆନ୍ସ ଟ୍ରଫିର ଆୟୋଜନ । ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତୀୟ ଟିମ୍ । ଯାହାକୁ ନେଇ ଏବେଠୁ ଚିନ୍ତାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ । ଆଗାମୀ ୨୦୨୫ ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାକିସ୍ତାନକୁ ମିଳିଛି । ଯାହାକୁ ନେଇ ଦୁବାଇରେ ଆଇସିସି ଏବଂ ପିସିବି ମଧ୍ୟରେ ଏକ ବୈଠକ ବସିଥିଲା । ଯେଉଁଠି ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ଏବଂ ଆଇସିସିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଧିକାରିକ ଭାବେ ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବାକୁ ଏକ ଚୁକ୍ତି ହସ୍ତାକ୍ଷର ହୋଇଛି । ପାକିସ୍ତାନ ଚମ୍ପିଆନ୍ସ ଟ୍ରଫିକୁ ଏକ ପ୍ରକାର ଆୟୋଜନ କରିବା ନେଇ ସ୍ପଷ୍ଟ ହୋଇଛି । କିନ୍ତୁ ତାପରେ ବି ପାକିସ୍ତାନକୁ ଘାରିଛି ବିସିସିଆଇର ଟେନ୍‌ସନ୍ । କିଛି ଦିନ ତଳେ ଏସିଆ କପ୍‌ର ଆୟୋଜନ ପାକିସ୍ତାନକୁ ମିଳିଥିଲା । କିନ୍ତୁ ଭାରତୀୟ ଟିମ୍ ପାକିସ୍ତାନ ଯିବାକୁ ମନା କରିଥିଲା । ଶେଷରେ ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଖେଳାଯାଇଥିଲା । ଯେଉଁଥିରେ ୪ଟି ମ୍ୟାଚ୍ ପାକିସ୍ତାନରେ ଆଉ ବାକି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯାଇଥିଲା । ଏମିତିକି ଶ୍ରୀଲଙ୍କାରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ପାକିସ୍ତାନକୁ ଏହିପରି ସମାନ ଭୟ ଘାରିଛି । ଭାରତୀୟ ବୋର୍ଡ ନିଜ ଟିମ୍‌କୁ ପାକିସ୍ତାନ ଖେଳିବାକୁ ପଠାଇବନି ବୋଲି ଆଶଙ୍କା କରୁଛି ପିସିବି । ଯାହାକୁ ନେଇ କିଛି ଦିନ ତଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ଏବଂ ୟୁଏଇ କ୍ରିକେଟ୍ ବୋର୍ଡ ମଧ୍ୟରେ ଦୁବାଇରେ ଏକ ବୈଠକ ବସିଥିଲା । ଯେଉଁଥିରେ ଚମ୍ପିଆନ୍ସ ଟ୍ରଫିକୁ ହାଇବ୍ରିଡ୍ ମଡେଲ୍‌ରେ କରିବା ନେଇ ଆଲୋଚନା ହୋଇଥିଲା । ଏପିରିକି ଯଦି ଭାରତୀୟ ଟିମ୍ ପାକିସ୍ତାନ ଆସିବାକୁ ମନା କରିଦିଏ । ଶେଷରେ ଭାରତୀୟ ଟିମ୍‌ର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳାଯିବ । କିନ୍ତୁ ଏହି ବୈଠକ ନେଇ ଉଭୟ ବୋର୍ଡ ଗଣମାଧ୍ୟମ ଆଗରେ କୌଣସି ମୁହଁ ଖୋଲିନାହାନ୍ତି । ବରଂ ଉଭୟ କହିଛନ୍ତି ଯେ, ପାକିସ୍ତାନର ଘରୋଇ ଟୁର୍ଣ୍ଣାମେଣ୍ଟ ଏବଂ ଘରୋଇ ଲିଗ୍ ମ୍ୟାଚ୍ ନେଇ ଆଲୋଚନା ହୋଇଛି । ସେପଟେ ପାକିସ୍ତାନୀର ଏକ ୱେବସାଇଟ୍ ଅନୁଯାୟୀ, ଆଗାମୀ ଚମ୍ପିଆନ୍ସ ଟ୍ରଫି ଲାଗି ଭାରତୀୟ ବୋର୍ଡ କେବେବି ହେଲେ ପାକିସ୍ତାନ ପଠାଇନାହାନ୍ତି । ଏପିରି ସ୍ଥିତିରେ ପିସିବିକୁ ବହୁତ କ୍ଷତି ହୋଇପାରେ । ଯାହାକୁ ଶେଷରେ ଭରଣ କରିପାରେ ଆଇସିସି । ସୂଚନାଯୋଗ୍ୟ ଯେ, ୨୦୦୯ରେ ଶ୍ରୀଲଙ୍କା ଟିମ୍ ଉପରେ ଆତଙ୍କାବାଦୀ ଆକ୍ରମଣ ହୋଇଥିଲା । ଯାହା ପର ଠାରୁ ଭାରତୀୟ ବୋର୍ଡ ନିଜ ଟିମ୍‌କୁ ପାକିସ୍ତାନକୁ ନପଠାଇବାକୁ ନିଷ୍ପତ୍ତି ନେଇଥିଲା । ଏପିରିକି ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ଅନେକ ସିରିଜ୍‌କୁ ବାତିଲ କରିଦେଇଥିଲା ଭାରତୀୟ ବୋର୍ଡ । ନିକଟରେ ଏସିଆ କପୟ୍ ମଧ୍ୟ ଖେଳିବାକୁ ପାକିସ୍ତାନ ଯାଇନଥିଲା ଭାରତୀୟ ଟିମ

Leave a Reply