Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅକ୍ଷତ କଳସକୁ ନିଶ୍ଚିନ୍ତକୋଇଲିରେ ପୂଜାର୍ଚ୍ଚନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅକ୍ଷତ କଳସକୁ ନିଶ୍ଚିନ୍ତକୋଇଲିରେ ପୂଜାର୍ଚ୍ଚନା

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଠାରେ ଅକ୍ଷତ କଳସକୁ ପୂଜାର୍ଚ୍ଚନା କରାଯାଇଛି । ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଲୋକାର୍ପଣ ଅବ୍ୟବହିତ ପୂର୍ବରୁ ଆଜି ପୂର୍ବାହ୍ନରେ ଅଯୋଧ୍ୟାରୁ ଅକ୍ଷତ କଳସ ଆସି ନିଶ୍ଚିନ୍ତକୋଇଲି ରଘୁନାଥ ଜୀୟୁ ମଠରେ ସ୍ଥାପିତ ହୋଇଛନ୍ତି । ଅଭିଯାନ ପ୍ରମୁଖ ରଞ୍ଜନ କୁମାର ଦାସ ଅକ୍ଷତ କଳସକୁ ଧାରଣ କରିଥିଲେ । ତାଙ୍କ ସହିତ ଅଭିଯାନର କର୍ମକର୍ତା ଶଶିକାନ୍ତ ପଣ୍ଡା, କମଳାକ୍ଷ ପ୍ରସାଦ ଦାସ,ସୁବୋଧ କୁମାର ଷଢଙ୍ଗୀ,ମୀନକେତନ ଦାସ, ପ୍ରଫୁଲ ମହାପାତ୍ର,ଅଶୋକ କୁମାର ମହାପାତ୍ର ପ୍ରମୁଖ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏକ ସୁସିତ ରଥ ନିଶ୍ଚିନ୍ତକୋଇଲି ବ୍ଲକ ଛକରୁ ବାହାରି ବଜାର ପରିକ୍ରମା କରି ସିଦ୍ଧ ହନୁମାନଙ୍କ ମନ୍ଦିରରେ ପହଂଚିଥିଲା । ଏହି ଶୋଭାଯାତ୍ରାରେ ନିଶ୍ଚିନ୍ତକୋଇଲି ଶିଶୁ ମନ୍ଦିର ପରିଚାଳନା କମିଟି ସଭାନେତ୍ରୀ ଦୀପାଂଞ୍ଜଳୀ ମିଶ୍ର, ସହସମ୍ପାଦିକା ବିଦୁଲତା ପଣ୍ଡା,ପ୍ରଧାନ ଆଚାର୍ଯ୍ୟ ପ୍ରାଣକୃଷ୍ଣ ମଲିକଙ୍କ ସମେତ ବିଦ୍ୟାଳୟର ଗୁରୁଜି ଗୁରୁମା ଯୋଗଦେଇଥିଲେ । ବିଦ୍ୟାଳୟ ଛାତ୍ର ମାନଙ୍କ ଦ୍ୱାରା ଘୋଷ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସପ୍ତଜ୍ୟୋତି ରାଉଳ,ପ୍ରସନ୍ନ କୁମାର ମହାପାତ୍ର,ରବିନ୍ଦ୍ର ସାଥୁଆ,ବାଇଧର ପଣ୍ଡା,କମଳାକାନ୍ତ ସାହୁ, ନିବାସ ଗାୟା,ସାନ୍ତପୁର ଓ ବିଲହାଟ ଶିଶୁ ମନ୍ଦିର ଗୁରୁଜୀ ଗୁରୁମା ସମେତ ଶତାଧିକ ରାମପ୍ରେମୀ ଯୋଗଦେଇଥିଲେ ।

Leave a Reply