Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ଭବ୍ୟ ସ୍ୱାଗତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ଭବ୍ୟ ସ୍ୱାଗତ

 ଝରିଗାଁ,: ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ସଦର ମହକୁମା ଠାରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ରୁ ଆସିଥିବା ଅକ୍ଷତ କଳସକୁ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଛି ।ସ୍ଥାନୀୟ ଝରୀଗାଁ ଅଞ୍ଚଳର ଶ୍ରୀରାମ ଭକ୍ତ, ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତା, ବଜରଙ୍ଗ ଦଳ ର ସଦସ୍ୟ ସଦସ୍ୟା ଓ ସମସ୍ତ ହିନ୍ଦୁ ଧର୍ମର ଜନସାଧାରଣ ନାମ ସଂକୀର୍ତନ ସହ ନଗର ପରିକ୍ରମା କରିଥିବା ବେଳେ ସ୍ଥାନେ ସ୍ଥାନେ କଳସକୁ ବନ୍ଦାପନା କରାଯାଇଛି ।ଜୟ ଶ୍ରୀରାମ ଧ୍ୱନିରେ ଗୁଞ୍ଜରୀ ଉଠିଥିଲା ଝରୀଗାଁ ।ନଗର ପରିକ୍ରମା ପରେ ପ୍ରତି ପଂଚାୟତରୁ ଆସିଥିବା ଶ୍ରଦ୍ଧାଳୁ ନିଜ ନିଜ କଳସ ମୁଣ୍ଡେଇ ନିଜ ନିଜ ପଂଚାୟତକୁ ଫେରିଥିଲେ ।ଆସନ୍ତା ଜାନୁଆରୀ ମାସ ୨୨ତାରିଖ ଦିନ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଥିବାବେଳେ ଅଯୋଧ୍ୟା ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ଦେଶସାରା ଅକ୍ଷତ କଳସ ସାଙ୍ଗକୁ ନିମନ୍ତ୍ରଣ ପତ୍ର ପଠାଯାଇଛି ।ଏହି ଦାୟିତ୍ୱ ଆର ଏସ ଏସ ଦଳ ଓ ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ମାନଙ୍କୁ ସୋପାଯାଇଛି । ଦେଶର ସମସ୍ତ ଅତି ବିଶିଷ୍ଟ ବ୍ୟକ୍ତି ଓ ସମସ୍ତ ସାଧୁସନ୍ଥ ମାନଙ୍କୁ ଜାନୁଆରୀ ୨୨ତାରିଖ ଦିନ ଯୋଗଦେବା ପାଇଁ ନିମନ୍ତ୍ରିତ କରାଯାଇଥିବା ବେଳେ ସର୍ବସାଧାରଣଙ୍କୁ ମାର୍ଚ୍ଚ ମାସ ୩ତାରିଖରୁ ଯିବା ପାଇଁ ଅନୁରୋଧ କରାଯାଇଛି ।ତାଛଡା ୨୨ତାରିଖରେ ଦେଶର ସମସ୍ତ ଜନସାଧାରଣ ନିଜ ନିଜ ଘରେ ୫ଟି ଲେଖାଏ ଦୀପ ଜାଳିବା ସହିତ ସକାଳୁ ଉଠି ସୂର୍ଯ୍ୟ ନମସ୍କାର କରିବା ଓ ଉକ୍ତ ଦିନ ରାମନାମ ର ଜୟକାର କରିବା ସହିତ ଭଜନ କୀର୍ତ୍ତନ କରି ପରିବେଷକୁ ରାମମୟ କରିବାକୁ ଅନୁରୋଧ କରାଯାଇଛି ।ଆଜି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଉମରକୋଟ ମୁନିସିପାଲିଟି, ଚନ୍ଦାହାଣ୍ଡି ବ୍ଲକ ଓ ଝରୀଗାଁ ବ୍ଲକରେ ଏହି ଅକ୍ଷତ କଳସ ସାଙ୍ଗକୁ ଶ୍ରୀରାମ ମନ୍ଦିରର ଭବ୍ୟ ଫୋଟୋ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିବା ସୂଚନା ମିଳିଛି ।ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଅକ୍ଷତ ଚାଉଳ ପ୍ରତି ବ୍ଲକ, ପ୍ରତି ପଞ୍ଚାୟତ, ପ୍ରତି ୱାର୍ଡ ସାଙ୍ଗକୁ ପ୍ରତି ଘରେ ଯେପରି ପହଞ୍ଚି ପାରିବ ସେଥିପ୍ରତି ଆମେ ପୂର୍ଣ୍ଣ ସଜାଗ ରହିଛୁ ବୋଲି ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତା ମାନେ କହିଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ଦେଶର ସମସ୍ତ ଧାର୍ମିକ ସଂଗଠନ ଯଥା, ମହିମା ଧର୍ମ, ଗାୟତ୍ରୀ ଧର୍ମ, ଜୟଗୁରୁ ଧର୍ମ, ସମସ୍ତ ମଠ, ମନ୍ଦିର କୁ ନିମନ୍ତ୍ରଣ କରାଯାଇଛି ।ସନାତନ ଧର୍ମ ସହିତ ଜଡିତ ଥିବା ସମସ୍ତ ଧର୍ମର ଧର୍ମଗୁରୁ ଓ ଧର୍ମାବଲମ୍ବୀ ମାନଙ୍କୁ ଅଯୋଧ୍ୟା ଶ୍ରୀରାମ ମନ୍ଦିର କମିଟି ତରଫରୁ ସାଦର ନିମନ୍ତ୍ରଣ କରାଯାଇଥିବା ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ କହିଛନ୍ତି । ଝରିଗାଁ କର୍ମକର୍ତା ମାନଙ୍କ ମଧ୍ୟରେ ଭକଚନ୍ଦ ନାୟକ, ଶଙ୍କର ହାଲବା, ଯୋଗୀ ମାଳୀ, ମନଧର ଭତରା, ଭୁବନ ଭତରା, ରିଙ୍କୁ ଦଳେଇ, ମହେନ୍ଦ୍ର ଭତରା, ଉପେନ୍ଦ୍ର ନାଗ, ରମେଶ ବାଡ଼ତିଆ, ଗଣେଶ ରାୟ, ଇଶା ରାଓ, ସାବିତ୍ରୀ ଭତରା, ମିନତୀ ଦାସ, ପ୍ରମୁଖ ଉପସ୍ଥିତ ରହି ଦାୟିତ୍ୱ ବହନ କରିଥିଲେ ।

Leave a Reply