Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ

କଣ୍ଟାବାଞ୍ଜି : ଫୁଡ଼ ବ୍ଲକର କାମିଆ ଜାନିଙ୍କ ଗୋମାଂସ ଭକ୍ଷଣକୁ ନେଇ ବିବାଦୀୟ ବୟାନକୁ ନେଇ ସାରା ଓଡିଶାରେ ଜଗନ୍ନାଥ ସଂସୃତି ସୁରକ୍ଷା ଅଭିଯାନର ବିକ୍ଷୋଭ ଦେଖାଯାଉଛି । ଏହି କ୍ରମରେ କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋ ମାଂସ ବିଷୟରେ ବିବାଦୀୟ ବୟାନ ସତ୍ୱେ ବ୍ଲାଗରକୁ ଶ୍ରୀ ଧାମରେ ଭୋଗ ସେବନରେ ସହଯୋଗ କରିଥିବା ପୂର୍ବତନ ସଚିବ ଭିକେ ପାଣ୍ଡିଆନ । ଏହି ସହଯୋଗ କାର୍ଯ୍ୟକୁ ବିରୋଧ କରିବା ସହିତ ତୀବ୍ର ନିନ୍ଦନୀୟ କହିଛି ଅଭିଯାନ । ଏହାସହିତ ୩୧ ଡ଼ିସେମ୍ବରରେ ପୁରୀ ଜଗନାଥ ଧାମକୁ ରାତିସାରା ଖୋଲା ରଖିବା ଯୋଜନାକୁ ମଧ୍ୟ ନିନ୍ଦା କରାଯାଇଛି । ଏହି ଅଭିଯାନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ସହ ଆଶ୍ରମ ପଡା ମଦିର ସମିତି ସାମିଲ ହୋଇଥିଲେ ।

Leave a Reply