ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କୁ କଠୋର ଦଣ୍ଡବିଧାନ ଦାବି

 ବ୍ରହ୍ମପୁର: ଶ୍ରୀଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାର ପ୍ରୟାସ କରୁଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବ୍ରହ୍ମପୁର କୋର୍ଟପେଟା ଛକଠାରେ ଏକ ଗଣ ବିକ୍ଷୋଭ କରାଯାଇଛି । ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ମାନଙ୍କର ପରମ ଆରଧ୍ୟ, ଶ୍ରୀମନ୍ଦିର ହେଉଛି ଆସ୍ଥା, ବିଶ୍ୱାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି କୋଟି ଓଡ଼ିଆ ଙ୍କ ପରିଚୟ । ସରକାରକୁ ପରିଚାଳିତ କରୁଥିବା କିଛି ଅଣଓଡ଼ିଆ ବ୍ୟକ୍ତି ବିଶେଷ ଏବଂ ଅନ୍ୟ କିଛି ନ୍ୟସ୍ତସ୍ୱାର୍ଥ ଓଡ଼ିଆ ଗୋଷ୍ଠୀଙ୍କ ହୀନ ଚକ୍ରାନ୍ତ କାରଣରୁ ଶ୍ରୀଜଗନ୍ନାଥ ସଂସ୍କୃତିର ଘୋର ମର୍ଯ୍ୟାଦାହନୀ ହେବା ସହ ଓଡ଼ିଆଙ୍କ ପରିଚୟ ସଙ୍କଟ ଦେଖା ଦେଇଛି । ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ତଥା ଓଡ଼ିଆ ଅସ୍ମିତା ଆଜି ଧ୍ୱଂସ ଆଡ଼କୁ ଗତି କରୁଛି । ସରକାରୀ ପ୍ରାୟୋଜିତ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧରେ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ହୋଇ ଚାଲିଛି, ସେଥିପ୍ରତି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଗଭୀର ଚିନ୍ତା ପ୍ରକଟ କରୁଛି । ନିକଟ ଅତୀତରେ କାମିଆ ଜାନି ନାମ୍ନି ଜଣେ ଦେୟଯୁକ୍ତ ବ୍ଲଗର୍ ଦ୍ୱାରା ଶ୍ରୀମନ୍ଦିର ତଥା ମହାପ୍ରସାଦର ପ୍ରଚାର କରାଯାଇଥିଲା । ପରବର୍ତୀ ସମୟରେ ଉକ୍ତ ମହିଳା ଜଣକ ଗୋମାଂସ ଭକ୍ଷଣର ପ୍ରଚାର ପ୍ରସାର କରୁଥିବାର ଜଣାପଡ଼ିଲା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ କୁଠାରଘାତ । ହଜାର ହଜାର ବର୍ଷ ପରମ୍ପରାର ପ୍ରତୀକ ଶ୍ରୀମନ୍ଦିର ଏବଂ ଏହାର ମହାପ୍ରସାଦ କୋଟି କୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ପ୍ରସାଦ । ଏହାର ପ୍ରଚାର ପ୍ରସାର କେବଳ ଧୃଷ୍ଟତା ମାତ୍ର । ବିଶେଷ କରି ଗୋମାଂସ ଭକ୍ଷଣର ପ୍ରଚାରକାରି ଦ୍ୱାରା ପ୍ରଚାର କରିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି କୁକାର୍ଯ୍ୟ ପଛରେ କୌଣସି ବୃହତ୍ ଷଡ଼ଯନ୍ତ୍ର କାର୍ଯ୍ୟ କରୁଥିବା ଭଳି ସନ୍ଦେହ ସୃଷ୍ଟି ହେଉଛି । ବିଗତ କିଛିଦିନ ତଳେ ଭିନ୍ନ ସମ୍ପ୍ରଦାୟରେ ବିଶ୍ୱାସ ରଖୁଥିବା ତାମିଲନାଡୁର ଜାଣେ ରାଜନେତା ସନାତନକୁ ସମାପ୍ତ କରିବାର କଥା କହିଥିଲେ । ଏକଦା ପୁରୀର ସାଂସଦ ପୁରୀକୁ ଭାଟିକାନ ସିଟି ଭଳି ଗଢି ତୋଳିବାର ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି ବୟାନ ଦେଇଥିଲେ । ପୁନଶ୍ଚ ଖ୍ରୀଷ୍ଟୀୟ ନବବର୍ଷ ଅବସରରେ ମଧ୍ୟରାତ୍ରରେ ଶ୍ରୀମନ୍ଦିର ଖୋଲାରହିବା ଘୋଷଣା ମନ ଭିତରେ ଥିବା ସନ୍ଦେହକୁ ଆହୁରି ବଢାଇ ଦେଉଛି । ଏହା କୌଣସି ଏକ ବୃହତ୍ ଏଜେଣ୍ଡା ଅନ୍ତର୍ଭୁକ୍ତ ଭଳି ପ୍ରତୀୟମାନ ହେଉଛି । ଏଭଳି ଅନ୍ତର୍ଘାତି, ସନାତନ ପରମ୍ପରା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ବାସନ୍ଦ କରାଯାଇ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟ ସରକାର ଏଭଳି ହିନ୍ଦୁ ବିରୋଧୀ ମାନସିକତାରୁ ନିବୃତ ରୁହନ୍ତୁ ବୋଲି ଗଣ ବିକ୍ଷୋଭରେ ଦାବି କରାଯିବା ସଂଗେ ସଂଗେ ଏହି ଆନ୍ଦୋଳନକୁ ଗାଁ ଗାଁ ବ୍ୟାପ୍ତ କରାଯିବ ବୋଲି ଶ୍ରୀମନ୍ଦିର ସଂସ୍କୃତି ସୁରକ୍ଷା ଅଭିଯାନ ଗଞ୍ଜାମ ଜିଲ୍ଲା ଆବାହକା ଅରୁଣ ପ୍ରସାଦ ପାଢି ଙ୍କ ପକ୍ଷରୁ ଚେତେଇ ଦିଆଯାଇଛି । ଏଥିରେ ବିଜୟ କୁମାର ସାମଲ, କେଦାର ପାତ୍ର, ରମାକାନ୍ତ ରଥ ରାଜୀବ ଖଡଙ୍ଗା , ଧର୍ମେନ୍ଦ୍ର ଦୋରା, ତୁତୁନ ପାତ୍ର ଅନନ୍ତ ମହାରଣା, ଗୌତମ ମହାରଣା, ଊକ୍ସ ସୁବାଷ ସାହୁ ମହନ୍ତ ଚିନ୍ମୟ ନନ୍ଦ ମହାରାଜ , ବାଲକୃଷ୍ଣ ରେଡ୍ଡୀ ବଳରାମ ମହାରଣା, ପ୍ରହଲ୍ଲାଦ ପାଣିଗ୍ରାହୀ,ଘ ଦିବାକର,ରାମ ପାତ୍ର ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *