Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରାଦ୍ଧଦିବସ:ମଧୁସୂଦନ ରାଓ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରାଦ୍ଧଦିବସ:ମଧୁସୂଦନ ରାଓ

ଭକ୍ତକବି ମଧୁସୂଦନ ରାଓ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଏବଂ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି, ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଏବଂ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସେ କଟକରେ ‘ଉତ୍କଳ ସାହିତ୍ୟ ସମାଜ’ର ପ୍ରତିଷ୍ଠା କରିଥିଲେ । ୧୮୫୩ ମସିହା ଜାନୁଆରୀ ୧୯ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ୍ ପୁରୋଧା । ୧୮୬୬ ମସିହାରେ ପଡ଼ିଥିଲା ନ’ଅଙ୍କ ଦୁର୍ଭିକ୍ଷ । ସେ ସମୟରେ ମଧୁସୂଦନ ଥିଲେ ପୁରୀ ଜିଲ୍ଲା ସ୍କୁଲ୍‌ର ଛାତ୍ର । ଶହଶହ ଶବ ଓ ନରକଙ୍କାଳ ଦେଖି ଅବୋଧ ମନତଳର ପ୍ରାଣ ତାଙ୍କର ଛଟପଟ ହେଉଥିଲା । ଭାଗ୍ୟକୁ ଦରିତ୍ର ତଥା ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କର ସେବା କରିବା ଏବଂ ସେମାନଙ୍କୁ ଚାଉଳ ବାଣ୍ଟିବା ଦାୟିତ୍ୱ ମଧୁସୂଦନଙ୍କୁ ଦିଆଗଲା । ଏ ଗୁରୁଦାୟିତ୍ୱ ପାଇଁ ସେ ଖୁବ୍ ଆନନ୍ଦିତ ହୋଇଥିଲେ । ଶିକ୍ଷା ସମାପ୍ତ ପରେ ସ୍ଥାନୀୟ ସ୍କୁଲରେ ଜଣେ ଅସ୍ଥାୟୀ ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ । ବିଭିନ୍ନ ସ୍ଥାନରେ ଶିକ୍ଷକ ଭାବରେ ଅବସ୍ଥାପିତ ହେବା ପରେ ଶେଷରେ ଶିକ୍ଷା ବିଭାଗରେ ଡେପୁଟି ଇନ୍ସପେକ୍ଟର ପଦ ଅଳଙ୍କୃତ କଲେ । ଅନେକଗୁଡ଼ିଏ ରଚନା ଲେଖିଥିଲେ ସେ; ଯାହା ଖୁବ୍ ସରଳ ଏବଂ ସୁବୋଧ ଥିଲା । ତାଙ୍କର ମଧୁର ରଚନାଶୈଳୀ ଲାଗି ତାଙ୍କୁ ଭକ୍ତକବି ବୋଲି ସମ୍ବୋଧନ କରାଯାଏ । ବସନ୍ତ ଗାଥା, ଉତ୍କଳ ଗାଥା, ଛାନ୍ଦମାଳା କୁସୁମାଞ୍ଜଳୀ, ଶିଶୁବୋଧ, ଅବଧାନ ବନ୍ଧୁ ଆଦିର ସେ ରଚୟିତା । ଏଭଳି ଜଣେ କବି ତଥା ସାହିତ୍ୟିକଙ୍କୁ ୧୯୧୨ ମସିହା ଆଜିର ଦିନରେ ଚିରଦିନ ପାଇଁ ହରାଇଥିଲେ ଓଡ଼ିଶାବାସୀ

Leave a Reply