Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆରବ ସାଗରକୁ ଜଗିବେ ୩ ଯୁଦ୍ଧପୋତ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ନୌ-ସେନାର ପଦକ୍ଷେପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆରବ ସାଗରକୁ ଜଗିବେ ୩ ଯୁଦ୍ଧପୋତ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ନୌ-ସେନାର ପଦକ୍ଷେପ

ନୂଆଦିଲ୍ଲୀ: ଭାରତର ପଶ୍ଚିମ ସମୁଦ୍ର ତଟରେ କେମିକାଲ ଟାଙ୍କର ଗଠ କେମ୍ ପ୍ଲୁଟୋ ଉପରେ ଡ୍ରୋନ୍ ହମଲା ହେବା ପରେ ତତ୍ପର ହୋଇଛି ଭାରତୀୟ ନୌ-ସେନା । ଆରବ ସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ଉଠାଇଛି । ଭାରତୀୟ ସମୁଦ୍ର କ୍ଷେତ୍ରରେ ୩ଟି ଯୁଦ୍ଧ ଜାହାଜ ମୁତୟନ କରାଯାଇଛି । ଏହି ଯୁଦ୍ଧପୋତ, ଆବର ସାଗରରେ ଦେଇ ଯାତାୟାତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ନିରୀକ୍ଷଣ କରିବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବ । ସେପଟେ ଡ୍ରୋନ ଆଟାକର ଶିକାର ହୋଇଥିବା ଗଠ କେମ୍ ପ୍ଲୁଟୋ ବାଣିଜ୍ୟିକ ଜାହାଜକୁ ନୌ-ସେନା ସୋମବାର ମୁମ୍ବାଇ ଡକ୍‌ୟାଡ୍ ଆଣି ନିରୀକ୍ଷଣ କରୁଛି । ତେବେ ବିସ୍ଫୋରଣରେ ଜାହାଜର କେତେ ଅଂଶ ନଷ୍ଟ ହୋଇଛି ଏସବୁ ଫରେନ୍ସିକ୍ ଟିମ୍ ଯାଞ୍ଚ କରିବା ପରେ ଜଣାପଡ଼ିବ ବୋଲି ନୌ-ସେନାର ଜଣେ ଅଧିକାରୀ କହିଛନ୍ତି । ଆରବ ସାଗର ଦେଇ ଆସୁଥିବା ଜାହାଜ ଗୁଡିକର ସୁରକ୍ଷା ପାଇଁ ଆଇଏନଏସ୍ ମୋର୍ମୁଗାଓ, ଆଇଏନଏସ୍ କୋଚି, ଆଇଏନଏସ୍ କୋଲକାତା ଏବଂ ସମୁଦ୍ରରେ ଅଧିକ ଦୂର ପର୍ଯ୍ୟନ୍ତ ନିରୀକ୍ଷଣ କରୁପାରୁଥିବା ଚ-୮ଓ ଏୟାରକ୍ରାଫ୍ଟକୁ ମଧ୍ୟ ମୁତୟନ କରିଛି ନୌ-ସେନା । ରବିବାର ଭାରତ ମହାସାଗରରେ ଲାଇବେରିୟା ପତାକା ଲାଗିଥିବା ମର୍ଚାଣ୍ଟ ଶିପ୍ ଉପରେ ଡ୍ରୋନ୍ ଆଟାକ୍ ହୋଇଥିଲା । ଫଳରେ ବାଣିଜ୍ୟିକ ଜାହାଜରେ ବିସ୍ଫୋରଣ ହେବା ସହିତ ଏଥିରେ ନିଆଁଯାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଭାରତ ଆସୁଥିବା ଏହି ଟାଙ୍କରକୁ ଇରାନ୍ ହମଲା କରିଥିବା ଦାବି କରିଥିଲା ଆମେରିକା । ପେଣ୍ଟାଗନ କହିଛି, ଶନିବାର ଇରାନରୁ ଲଞ୍ଚ ହୋଇଥିବା ଏକ ଡ୍ରୋନ୍ ହିନ୍ଦ୍ ମହାସାଗର ଦେଇ ଭାରତ ଯାଉଥିବା ରସାୟନିକ୍ ଜାହାଜକୁ ଟାର୍ଗେଟ୍ କରିଥିଲା । ସେପଟେ ଏହି ଡ୍ରୋନ୍ ଆଟାକ୍ ଘଟଣାକୁ ଖଣ୍ଡନ କରିଛନ୍ତି ଇରାନ୍ ସରକାର ।

Leave a Reply