Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ନୂଆ ଷଡ଼ଯନ୍ତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ନୂଆ ଷଡ଼ଯନ୍ତ୍ର

ଶ୍ରୀନଗର : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀଙ୍କ ଦ୍ୱାରା ୧୮ଟି ଟ୍ରେନିଂ କ୍ୟାମ୍ପ ଏବଂ ୩୭ ଟି ଲଞ୍ଚ ପ୍ୟାଡ ଏବେ ସକ୍ରିୟ କରାଯାଇଛି ଯେଉଁଥିରେ ୨୦୦ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଭାରତରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି । ଏହି ଆତଙ୍କବାଦୀ ତାଲିମ ଶିବିରଗୁଡିକ ଅଲ ବଦର, ଜୈଶ ଏବଂ ହିଜବୁଲ ମୁଜାହିଦ୍ଦିନ ସଂଗଠନ ଦ୍ୱାରା ପରିଚାଳିତ ହେଉଛି । ଆତଙ୍କବାଦୀ ସଂଗଠନ ପକ୍ଷରୁ ପିଓକେର ହାଜି ପୀର ସେକ୍ଟର, ଫରୱାର୍ଡ କହୁଟା, ପଢ଼ ମୋହଲ୍ଲା, ରଙ୍କଡି, ସିଢ଼ିୟାଂ, କୋଟଲି, ଲୀଲା ଉପତ୍ୟକା, ନୀଲମ ଉପତ୍ୟକ ଲଞ୍ଚ ପ୍ୟାଡ ପ୍ରସ୍ତୁତ କରାଯାଇଛି । ଆତଙ୍କବାଦୀଙ୍କୁ ପାକିସ୍ତାନୀ ସେନା ପକ୍ଷରୁ ପାକିସ୍ତାନର ଏସଏସଜି କମାଣ୍ଡୋମାନେ ଜଙ୍ଗଲର ଗରିଲା ଯୁଦ୍ଧ ଏବଂ ମାର୍ଶଲ ଆର୍ଟ ତାଲିମ ପ୍ରଦାନ କରୁଛନ୍ତି । ଆତଙ୍କବାଦୀମାନେ ସୀମା ନିକଟରେ ପାକିସ୍ତାନୀ ସେନାର ପୋଷ୍ଟରେ ଛାଉଣି କରିଛନ୍ତି ଏବଂ ଏଠାରୁ ସେମାନେ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେମାନଙ୍କୁ ନିକଟରେ ଥିବା ଆତଙ୍କବାଦୀ ଶିବିରରେ ତାଲିମ ଦିଆଯାଉଛି । କଶ୍ମୀରର ରାଜୌରୀ ଏବଂ ପୁଞ୍ଚ ଅଞ୍ଚଳରୁ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । ଏଠାରେ ରିପୋର୍ଟ ହୋଇଛି ଆତଙ୍କବାଦୀମାନେ ପୁଣି ଥରେ ପିଓକେରେ ସକ୍ରିୟ ହୋଇଛନ୍ତି । ଅନୁପ୍ରବେଶ ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛନ୍ତି । ତେବେ ଭାରତୀୟ ସେନା ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସଜାଗ ରହିଛନ୍ତି ।

Leave a Reply