Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
 ବନବାସୀ କଲ୍ୟାଣ ଆଶ୍ରମ, ଓଡିଶା ପକ୍ଷରୁ ୨୬ ତମ ପ୍ରାଦେଶିକ ଜନଜାତି କ୍ରୀଡା ପ୍ରତିଯୋଗିତା ୨୦୨୩ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

 ବନବାସୀ କଲ୍ୟାଣ ଆଶ୍ରମ, ଓଡିଶା ପକ୍ଷରୁ ୨୬ ତମ ପ୍ରାଦେଶିକ ଜନଜାତି କ୍ରୀଡା ପ୍ରତିଯୋଗିତା ୨୦୨୩

ରାୟଗଡ଼ା : ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ରାୟଗଡା ନଗର ଏକଲ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହେଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ରାଜ୍ୟ ସଂଗଠନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ଭାଟି, ଡକ୍ଟର ପ୍ରକାଶ ରାଉତ, ଅଭିମନ୍ୟୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କୃଷ୍ଣ ଚନ୍ଦ୍ର ମାଠି ଏହି ସମ୍ମିଳନୀ ରେ ପ୍ରକାଶ କରିଛନ୍ତି କି ବନବାସୀ ବନବାସୀ କଲ୍ୟାଣ ଆଶ୍ରମ ସର୍ବ ପ୍ରଥମେ ୧୯୫୨ ମସିହା ଡିସେମ୍ବର ମାସ ୨୬ ତାରିଖ ଜଶପୁର, ଛତିଶଗଡ ରେ ସ୍ଥାପିତ ହୋଇ ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ ଜନଜାତି ସମାଜର ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟ ଦିଗରେ କାର୍ଯ୍ୟ କରିଆସୁଛି । ବନବାସୀ କଲ୍ୟାଣ ଆଶ୍ରମରେ ଅନେକ ଯୁବ ଛାତ୍ର ଛାତ୍ରୀ ଅବସରପ୍ରାପ୍ତ ବ୍ୟକ୍ତି – ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆର୍ଥିକ ବିକାଶ, ସାମ୍ବଧାନିକ ଅଧିକାର, କ୍ରୀଡା, ଆଧ୍ୟାତ୍ମିକ, ସାଂସ୍କୃତିକ (ଶ୍ରଦ୍ଧାଜାଗରଣ କେନ୍ଦ୍ର) ବିକାଶ କ୍ଷେତ୍ରରେ ଜନଜାତିମାନଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟ କରିବାକୁ ଉତ୍ସର୍ଗୀକୃତ ଅଟନ୍ତି । ଜନଜାତି ସମାଜରେ ଥିବା ଲୁକାୟିତ ପ୍ରତିଭାକୁ ଚିହ୍ନଟ କରି ଆଗକୁ ବଢେଇବା ପାଇଁ ପ୍ରତି ବଷପରି ଏ ବର୍ଷ ପ୍ରାଦେଶିକ ଜନଜାତି କ୍ରୀଡା ୨୦୨୩ ରାୟଗଡ଼ା ଜିଲ୍ଲାର ଜେ.କେ ପୁର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଡିସେମ୍ବର ୩୦ ଓ ୩୧ ଦୁଇ ଦିନ ଧରି ଚାଲିବ । ଏଥିରେ ୨୨ ଟି ଜିଲ୍ଲାରୁ ପ୍ରାୟ ୩୬୦ ପ୍ରତିଯୋଗୀ ( ଉଭୟ ପୁଅ ଓ ଝିଅ ) ଭାଗ ନେବେ । ଏଠାରେ ଦୌଡ (ସବ୍ ଜୁନିୟର ବାଳକ ଓ ବାଳିକା) ୧୦୦ମି., ୨୦୦ମି., ୪୦୦ମି., ୧୫୦୦ ମି., ଦୌଡ (ଜୁନିୟର ବାଳକ ଓ ବାଳିକା ) ୧୦୦ମି., ୨୦୦ମି., ୪୦୦ମି., ୧୫୦୦ ମି., ତୀରନ୍ଦାଜ(ସବ୍ ଜୁନିୟର ବାଳକ ଓ ବାଳିକା ଏବଂ ଜୁନିୟର ବାଳକ ଓ ବାଳିକା) ମିନି ମାରାଥନ୍ (ସବ୍ ଜୁନିଅର ବାଳକ) ୭ କି.ମି ମିନି ମାରାଥନ୍ (ଜୁନିଅର ବାଳକ) ୧୪ କି.ମି ରେ ଅଂଶ ଗ୍ରହଣ କରିବେ । ଗୋଳାପିଙ୍ଗା ( ସବ୍ ଜୁନିୟର ବାଳକ ଓ ବାଳିକା ଏବଂ ଜୁନିୟର ବାଳକ ଓ ବାଳିକା) ଏହି କ୍ରୀଡା ପ୍ରତିଯୋଗିତା ୩୦ ତାରିଖ ସକାଳ ଘ.୧୧.୦୦ ଣ୍ଟା ରେ ଉଦଘାଟିତ ହେବ ଏବଂ ୩୧ ତାରିଖ ଅପରାହ୍ନ ଘ. ୦୨.୦୦ ଣ୍ଟା ସମୟରେ ସମାପନ ହେବ । ବନବାସୀ କଲ୍ୟାଣ ଆଶ୍ରମର ପ୍ରତିଯୋଗିତାରୁ ବହୁ ପ୍ରତିଭା ଚୟନିତ ହୋଇ ସାଇ କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେବା ସହ ଜାତୀୟ ତଥା ଆନ୍ତଜାତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଛନ୍ତି ବୋଲି ସଂଗଠନ ମନ୍ତ୍ରୀ ଭାଟି କହିଛନ୍ତି ।

Leave a Reply