ହିନ୍ଦୁ-ହିନ୍ଦୀ ଭାଷାଭାଷୀଙ୍କ ଅପମାନ ପରେ ବି କାହିଁକି ନୀରବ ରାହୁଳ : କେ. କବିତା

ହାଇଦ୍ରାବାଦ : ତାମିଲନାଡୁର ଶାସକ ଡିଏମକେ ଏମପି ଦୟାନିଧି ମାରାନଙ୍କ ହିନ୍ଦୀ ଭାଷାଭାଷୀ ଲୋକଙ୍କ ଉପରେ ବିବାଦୀୟ ମନ୍ତବ୍ୟ’ ନେଇ ଭାରତ ରାଷ୍ଟ୍ରିୟ ସମିତି (ବିଆରଏସ) ନେତା ତଥା ପୂର୍ବତନ ସିଏମ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତା କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଦ୍ୱାରା ହୋଇଥିବା ଭାରତ ଯୋଡୋ ଯାତ୍ରା ଏକ ପିଆର ଷ୍ଟଣ୍ଟ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କବିତା ପୂର୍ବତନ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟାନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ ବିବାଦ ସମ୍ପର୍କରେ କହିବା ପାଇଁ ଦାବି କରିଛନ୍ତି । ବିରୋଧୀ ଇଣ୍ଡିଆରେ କଂଗ୍ରେସ ଏବଂ ଡିଏମକେ ସହଯୋଗୀ ଅଟନ୍ତି । କବିତା କହିଛନ୍ତି, ଏହା କୌଣସି ନିର୍ଦ୍ଦିଷ୍ଟ ଦଳର ମତ ବିଷୟରେ ନୁହେଁ । ଏହା କିପରି ଆମ ଦେଶର ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଯାଉଛି ଏବଂ ଏହି ନିର୍ଦ୍ଦିଷ୍ଟ ଦଳ (ଡିଏମକେ) ଇଣ୍ଡିଆର ଅଂଶ । ଯାହା ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଦ୍ୱାରା ପରିଚାଳିତ, ତେଣୁ ରାହୁଲ ଏହି ପ୍ରସଙ୍ଗର ନୀରବ ନ ରହି ଉତ୍ତର ଦେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ । ରାହୁଲ ଭାରତ ଯୋଡୋ ଯାତ୍ରା ବିଷୟରେ ବାରମ୍ବାର ଅନେକ ବିବୃତ୍ତି ଜାରି ରଖିଛନ୍ତି, ଯେଉଁଠାରେ ସେ ଦେଶକୁ ଏକଜୁଟ କରିବାକୁ ଚେଷ୍ଟା କରିଆସୁଛନ୍ତି । ସନାତନ ଧର୍ମ ଉପରେ ମନ୍ତବ୍ୟ ଦିଆଯାଇଥିଲା, ଏହା ହିନ୍ଦୁ ଭାବନାକୁ ଆଘାତ ଦେଇଥିଲା । ଏବେ ହିନ୍ଦୀ ଭାଷାଭାଷୀଙ୍କ ଉପରେ ମନ୍ତବ୍ୟ ଦିଆଯାଇଛି । ରାହୁଲ ଚୁପ ନ ରହି ଜବାବ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *