ଆଳିପିଙ୍ଗଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦରର ବାର୍ଷିକ କ୍ରୀଡା ଉତ୍ସବ

ଜଗତସିଂହପୁର : ଜଗତସିଂହପୁର ଆଳିପିଙ୍ଗଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଆଳିପିଙ୍ଗଳ ପଞ୍ଚାୟତ ସରପଞ୍ଚ ସରୋଜିନୀ ପଳାଉରୀ, ମୁଖ୍ୟବକ୍ତା ଅଭିମନ୍ୟୁ ସାମଲ, ସମ୍ମାନିତ ଅତିଥିଭାବେ ସାମ୍ବାଦିକ ସରୋଜ କୁମାର ନାୟକ, ତପନ କୁମାର ରାଉତରାୟ, ସୂର୍ଯ୍ୟଭାନୁ ପାତ୍ର, ହରିହର ପଳାଉରୀ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାମନ୍ଦିର ପରିଚାଳନା କମିଟି ସମ୍ପାଦକ ଭୁବନାନନ୍ଦ ମହାରଣା ବିଦ୍ୟାମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲା ବେଳେ ପ୍ରଧାନ ଗୁରୁମା ବନିତା ମହାରଣା ଅତିଥି ପରିଚାଳନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା । ଶେଷରେ ବିଦ୍ୟାମନ୍ଦିର ସପ୍ତମ ବାର୍ଷିକ କ୍ରୀଡାରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କୋଷାଧକ୍ଷ ଦିଲ୍ଲୀପ କୁମାର ପଳାଉରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *