ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ନିମାପଡ଼ାରେ ଭବ୍ୟ ସମ୍ବର୍ଦ୍ଧନା

ନିମାପଡ଼ା: ନିମାପଡାରେ ପହଞ୍ଚିଲା ଅଯୋଧ୍ୟାର ଅକ୍ଷତ କଳସ । ଯାହା ରାମଜନ୍ମଭୂମି ଅଯୋଧ୍ୟା ଠାରୁ ଆସିଥିବା ଏହି କଳସକୁ ନିମାପଡାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ରାମ ଧୂନରେ ସହର ଠାରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ପ୍ରକମ୍ପିତ ହୋଇଛି । ଆଜି ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇଥିବା ବେଳେ ଜନସାଧାରଣଙ୍କ ମନରେ ଭଗବାନ ଶ୍ରୀରାମଙ୍କ ପ୍ରତି ଅଗାଢ ଭକ୍ତି ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ପୂର୍ବାହ୍ନରେ ବିଶ୍ୱହିନ୍ଦୁ ପରିଷଦ ଓ ସଂଘ ପରିବାର ତରଫରୁ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରୁ ଆସିଥିବା ଦିବ୍ୟ ଅକ୍ଷତ କଳସକୁ ନିମାପଡା ଠାରେ ଭବ୍ୟ ସ୍ୱାଗତ କରାଯାଇଛି । ନିମାପଡା ସରସ୍ୱତୀ ଶିଶୁମନ୍ଦିର ପରିସରରେ ଆର୍‌ଏସ୍‌ଏସ୍‌ର ସଂଘ ଚାଳକ ଓ ଡଃ ଅମୂଲ୍ୟ ପ୍ରସାଦ ଦାଶ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମାପଡା ବିଶ୍ୱହିନ୍ଦୁ ପରିଷଦ ସଂପାଦକ ସଂଜୟ ବାରିକ ପ୍ରାନ୍ତ ସହ ସଂପାଦକ ଉମାଶଙ୍କର ଆଚାର୍ଯ୍ୟ ରାମ ମନ୍ଦିର ପ୍ରତିଷ୍ଠା ସଂପର୍କରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଗ୍ରାମରେ ଅକ୍ଷତ କଳସ ବୁଲାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାଗିରଥି ଓଝା, ରଂଜନ ପ୍ରଧାନ, ଦିଲ୍ଲିପ ପାତ୍ର ବିଜେପି ଦଳ ମଣ୍ଡଳ ସଭାପତି ମାନସ ପ୍ରଧାନ, କାଉନସିଲର ନିରଂଜନ ନାୟକ, ପ୍ରଶାନ୍ତ ସ୍ୱାଇଁ, ନିହାର ମହାନ୍ତି, ଶୁଭ୍ରଜିତ୍ ବାରିକ, ଅଶ୍ୱିନି ଓଝା, ଅନିଲ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଭାଗ ନେଇଥିଲେ । ଗଡଅଣ୍ଢିଆ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ଏକ କଳସ ଶୋଭାଯାତ୍ରା କୁଶଭଦ୍ରା ପର୍ଯ୍ୟନ୍ତ ବଜାର ପରିକ୍ରମା କରିବା ସହ ବିଭିନ୍ନ ଗ୍ରାମରେ ମଧ୍ୟ ଶୋଭାଯାତ୍ରା କରାଯାଇଥିଲା ।

Leave a Reply

Your email address will not be published. Required fields are marked *