ଏବିଭିପି କେବଳ ଏକ ସଂଗଠନ ନୁହେଁ, ବରଂ ସଂସ୍କାର ଆଣିବାର ଏକ ବିପ୍ଳବ: ଶାହ

ନୂଆଦିଲ୍ଲୀ: \”ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କେବଳ ଏକ ସଂଗଠନ ନୁହେଁ, ବରଂ ରାଷ୍ଟ୍ରର ସଂସ୍କାର ନିମନ୍ତେ ଏକ ଆନ୍ଦୋଳନ\” ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଅମିତ ଶାହ କହିଛନ୍ତି । ଏଠାରେ ଏବିଭିପିର ୬୯ତମ ରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷତା କରିବା ଅବସରରେ ସେ କହିଥିଲେ, \”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଆଗାମୀ ୨୫ ବର୍ଷ ମଧ୍ୟରେ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଶପଥ ନେବାକୁ ଆହ୍ୱାନ ଦେଇଛନ୍ତି । ଏହା ହାସଲ କରିବାକୁ ଆମେ ଏକାଗ୍ର ଚିତ୍ତ ଏବଂ ପ୍ରତିବଦ୍ଧ ରହିଛୁ । ଯେଉଁ ଯୁବବର୍ଗ ନିଜର କ୍ୟାରିୟର ସହିତ ରାଷ୍ଟ୍ରର ପରିପୋଷଣ କରୁଛନ୍ତି, କେବଳ ସେ ହିଁ ବାସ୍ତବ ପକ୍ଷେ ଶିକ୍ଷା ହାସଲ କରିଛନ୍ତି । ଏବିଭିପିକୁ ଏହାର ସଂଗ୍ରାମ ଦୃଷ୍ଟିକୋଣରୁ ନିରୀକ୍ଷଣ କଲେ ଜଣାଯିବ ଯେ, ଏହା ସମ୍ଭବତଃ ଏକମାତ୍ର ଛାତ୍ର ସଂଗଠନ ଯାହା କେବଳ ଶିକ୍ଷା ବ୍ୟବସ୍ଥାରେ ରହିଥିବା ତ୍ରୁଟି ବିରୁଦ୍ଧରେ ଲଢେଇ କରୁନାହିଁ, ତାହାସହିତ ଚରିତ୍ର ନିର୍ମାଣ ଦିଗରେ ଉତ୍ସର୍ଗୀକୃତ ରହିଛି । ଏବିଭିପି ଧୈର୍ଯ୍ୟର ସହିତ ଜ୍ଞାନ, ଚରିତ୍ର ଏବଂ ଏକତା ଆଦି ଏହାର ମୂଳ ନୀତିକୁ ନିଭାଇ ଏକ ପଥ ନିର୍ମାଣ କରିଛି ଏବଂ ନିଃସ୍ୱାର୍ଥପର ଭାବରେ ଏହାର ମୂଳ ମନ୍ତ୍ରକୁ ଆପଣେଇଛି । ମୋଦୀଙ୍କ ନେତୃତ୍ୱ ଅଧୀନରେ ଏବଂ ଅମିତ ଶାହଙ୍କ ମାର୍ଗଦର୍ଶନରେ ଭାରତ ଏଭଳି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠାରେ ସମଗ୍ର ବିଶ୍ୱ ଭାରତକୁ ପ୍ରତ୍ୟେକ ସମସ୍ୟାର ସମାଧାନ ଆଶାରେ ଭାରତ ଆଡକୁ ଚାହୁଁଛି । ସମଗ୍ର ଦେଶରେ ଏହା ସର୍ବଜନ ସ୍ୱୀକୃତ ଯେ ଶ୍ରୀ ଶାହଙ୍କ ନେତୃତ୍ୱ ଅଧୀନରେ ଏବିଭିପି ଡିଟେକ୍ଟ, ଡିଲିଟ ଏବଂ ଡିପୋର୍ଟ ଭଳି ‘୩ଡି ପ୍ରସ୍ତାବ\’ ଜରିଆରେ ଅନୁପ୍ରବେଶ ବିରୁଦ୍ଧରେ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି । ବିଗତ ନଅବର୍ଷ ମଧ୍ୟରେ ମୋଦୀ-ଶାହ ଯୋଡି ଆଧୁନିକ ବିକାଶର ମୂଳଦୁଆ ପକାଇଛନ୍ତି ଏବଂ ସେହି ସମୟରେ ନିରନ୍ତର ଭାବରେ ସାଂସ୍କୃତିକ ଐତିହ୍ୟକୁ ପୁନଃମଜଭୁତ କରୁଛନ୍ତି । ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ଆଧୁନିକତାକୁ ଆପଣେଇବା ଭିତରେ ପରିଦୃଶ୍ୟ ସମନ୍ୱୟ ଦୁଇଟି ପରସ୍ପର ବିରୋଧୀ ବୋଲି ରହିଥିବା ଭ୍ରାନ୍ତ ଧାରଣାକୁ ଖଣ୍ଡନ କରୁଛି, ବରଂ ସେମାନେ ପାରସ୍ପରିକ ଭାବରେ ଗୋଟିଏ ଅନ୍ୟକୁ ପୁନଃମଜଭୁତ କରୁଛନ୍ତି । ମୋଦୀ-ଶାହଙ୍କ ଯୁଗରେ ରାଷ୍ଟ୍ର ଭ୍ରଷ୍ଟାଚାରରେ ଭରପୂର ଦୁର୍ନୀତିରୁ ନୂତନ ନୀତି ପ୍ରଣୟନକୁ ପରିବର୍ତ୍ତିତ ହୋଇଛି ।

Leave a Reply

Your email address will not be published. Required fields are marked *