Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍‌ର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କଲା ଏନଆଇଏ  - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍‌ର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କଲା ଏନଆଇଏ 

୪୧ଟି ସ୍ଥାନରେ ଚଢ଼ାଉ : ୧୫ ଗିରଫ

 ନୂଆଦିଲ୍ଲୀ: ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନଆଇଏ)ର ଟିମ୍ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପୁଣେରୁ ଆସିଥିଲେ ଏବଂ ସେମାନେ ଇସ୍ଲାମିକ୍ ଷ୍ଟେଟ୍ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ । କର୍ଣ୍ଣାଟକର କେତେକ ସ୍ଥାନରେ ଏନଆଇଏର ଚଢ଼ାଉ ଚାଲିଥିବା ବେଳେ ମହାରାଷ୍ଟ୍ରରେ ପୁଣେ, ଥାନେ ଗ୍ରାମୀଣ, ଥାନେ ସହର ଏବଂ ମୀରା ଭାୟନ୍ଦରରେ ଚଢ଼ାଉ ଜାରି ରହିଛି । ଜାତୀୟ ତଦନ୍ତକାରୀ ଏଜେନ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ଅନ୍ତର୍ଜାତୀୟ ସଂପୃକ୍ତି ଏବଂ ବିଦେଶୀ ଆଇଏସ୍ ଆଇଏସ୍ ହେଣ୍ଡଲରଙ୍କ ସମ୍ପୃକ୍ତି ଥିବା ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ଭାରତ ଭିତରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଉଗ୍ରବାଦୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ପ୍ରତିଶ୍ରୁତିବଦ୍ଧ ବ୍ୟକ୍ତିମାନଙ୍କର ଏକ ଜଟିଳ ନେଟୱାର୍କକୁ ତଦନ୍ତ କାଳରେ ପଦାକୁ ଆଣିବାରେ ଏନଆଇଏ ସଫଳ ହୋଇଛି । ଏହି ନେଟୱାର୍କ ଆଇଏସଆଇଏସର ସ୍ୱୟଂଘୋଷିତ ଖଲିଫା (ନେତା)ଙ୍କ ପ୍ରତି ଆନୁଗତ୍ୟର ଶପଥ ନେଇଥିଲା ଏବଂ ଅତ୍ୟାଧୁନିକ ‘ଇମ୍ପ୍ରୋଭାଇଜଡ୍‌’ ବିସ୍ଫୋରକ ଉପକରଣ (ଆଇଇଡି) ନିର୍ମାଣରେ ସମ୍ପୃକ୍ତ ଥିବା ଜଣାପଡିଥିଲା । ଏହି ନେଟୱାର୍କ ଭାରତ ମାଟିରେ ଆତଙ୍କବାଦୀ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ବୋଲି ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନଆଇଏ) କହିଛି ।

Leave a Reply