ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୧ ତମ କ୍ରୀଡା ଉତ୍ସବ ସମାରୋହ

ନୀଳଗିରି : ନୀଳଗିରିରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୧ ତମ କ୍ରୀଡା ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୭ ଘଟିକା ସମୟରେ ନୀଳଗିରି ଥାନା ସ୍ଥିତ ଷ୍ଟାଡିୟମରେ ଆନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଉକ୍ତ ବିଦ୍ୟାମନ୍ଦିରର ଶହେରୁ ଉର୍ଦ୍ଧ୍ୱ କୁନିକୁନି ଶିକ୍ଷାର୍ଥୀ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ନୀଳଗିରି ରାଜ ବଂଶୀ ପରିବାରର ଉତ୍ତରାଧିକାରୀ ରାଣୀ ମନୋଜା ମଞ୍ଜାରୀ ଦେବୀ ଯୋଗଦେଇ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କୁ ଖେଳରେ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବ ସମାଜ ସେବୀ ସବ୍ୟସାଚୀ ମହାପାତ୍ର ମଂଚାସୀନ ଥାଇ ଖେଳ ସମ୍ପର୍କିତ ପିଲାମାନଙ୍କୁ ପ୍ରେରଣା ଦାୟୀ ଅଭିଭାଷଣ ମାନ ରଖିଥିଲେ । ଖେଳରେ ପିଲାଙ୍କ ଆବଶ୍ୟକ ଜର୍ସି, ଖେଳ ସରଞ୍ଜାମ ପୂର୍ବରୁ ପ୍ରଦାନ କରିଥିବାବେଳେ ଆବଶ୍ୟକ ଜିନିଷ ଦେବେବୋଲି ପ୍ରତିଶୃତି ଦେଇଥିଲେ । କ୍ରୀଡା ପ୍ରମୁଖ ରବୀନ୍ଦ୍ର ବାରିକ କ୍ରୀଡା ପରିଚାଳନା କରିଥିବାବେଳେ ଏକ ଶହରୁ ପନ୍ଦର ଶହ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଥାଳିଆ ଫିଙ୍ଗା, ବର୍ଚ୍ଚା ଫିଙ୍ଗା, ବାଧା ଦୌଡ, ରଙ୍ଗ ଦୌଡ, ଗୋଲି ଦୌଡ, ଗଣିତ ଦୌଡ, ବେଲୁନ ଫିଙ୍ଗା ପ୍ରଭୃତି ଖେଳ କରାଯାଇଥିଲା । ଏଥିରେ ସମର୍ପିତା କାନୋନଗୋ ମଞ୍ଚ ପରିଚାଳନା କରିଥିବା ବେଳେ, ଅନ୍ୟତମ ମଂଚାସୀନ ଅତିଥି ମାନଙ୍କ ମଧ୍ୟରେ ଶିଶୁ ମନ୍ଦିରର ପ୍ରଧାନ ଗୁରୁଜୀ ଜୟକୃଷ୍ଣ ବାରିକ, ସଭାପତି ଭାସ୍କର ଚନ୍ଦ୍ର ପଣ୍ଡା, ସମ୍ପାଦକ ପ୍ରଦୀପ କୁମାର ବେହେରା ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ମହେନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଭଗବାନ ବର୍ଦ୍ଧନ, ରଶ୍ମିତା ବାରିକ, ଜଗନ୍ନାଥ ବେହେରା, ପଦ୍ମାବତୀ ରାଉତ, ଶ୍ରୀଧର ପାତ୍ର, ପ୍ରଭାମଞ୍ଜରୀ ନାୟକ, ବୈଜନ୍ତି ବେହେରା, ସୁଶାନ୍ତ ପାତ୍ର, ଅନନ୍ତ ମିଶ୍ର, ସୀତାଂଶୁଶେଖର ଦାସ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଏଜି କାର୍ଯ୍ୟକ୍ରମରେ ଅଭିଭାବକ, ଅଭିଭାବିକା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *