Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିକ୍ଷା ସୁରକ୍ଷା ଓ ରୋଜଗାର ଦାବିରେ ଏବିଭିପିର ସମାବେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିକ୍ଷା ସୁରକ୍ଷା ଓ ରୋଜଗାର ଦାବିରେ ଏବିଭିପିର ସମାବେଶ

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ତରଫରୁ ଶିକ୍ଷା ସୁରକ୍ଷା ରୋଜଗାର ଦାବିରେ ମଙ୍ଗଳବାର ଏକ ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।ଏହି ବିଶାଳ ସମାବେଶରେ ଓଡିଶାର କୋଣ ଅନୁକୋଣରୁ ୨୦୦୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ଏହି ସମାବେଶରେ ଶିକ୍ଷା ସୁରକ୍ଷା ରୋଜଗାର ଦାବିକୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା ଏହି ଶୋଭାଯାତ୍ରା ସ୍ୱାଧୀନତା ସଂଗ୍ରାମୀ ପଡିଆ ଠାରୁ ଆରମ୍ଭ ହୋଇ ରାମ ମନ୍ଦିର ଓ ମାଷ୍ଟର କ୍ୟାଂଟିନ ଦେଇ ଲୋୟର୍ ପିଏମଜି ଠାରେ ଏକ ବିଶାଳ ସଭା ଆୟୋଜିତ ହୋଇଥିଲା । ଓଡ଼ିଶାର ୩୦ ଟି ଜିଲ୍ଲାରୁ ୨୦,୦୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ବିଭିନ୍ନ କ୍ୟାମ୍ପସରୁ ଆସି ଏହି ଛାତ୍ର ହୁଙ୍କାର ସମାବେଶ ରେ ଯୋଗ ଦେଇ ନିଜ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ, ଅଧ୍ୟାପକ ପଦବୀ ପୂରଣ, କ୍ୟାମ୍ପସକୁ ଗୁଣ୍ଡାମି ମୁକ୍ତ କରିବା, ଓଡ଼ିଆ ଯୁବକଙ୍କୁ ଓଡ଼ିଶାରେ ରୋଜଗାର, ରୁଚିକା, ମମିତା ମେହେର୍ ଭଳି ଘଟଣାରେ ନ୍ୟାୟ ଆଦି ୪୧ ଦାବି ନେଇ ଏହି ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଯାଜ୍ଞ ବଲକ୍ ଶୁକ୍ଳା ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଭତ୍ସନା କରି କହିଥିଲେଏହି ଅପାରଗ ସରକାର ବୁଢ଼ା ହୋଇ ଗଲାଣି ତାହା ପରିବର୍ତ୍ତନ ହେବା ଦରକାର । ଏହି ସରକାର ବିଦ୍ୟାର୍ଥୀ ମାନଙ୍କ ସହିତ ଧୋଖା କରିବ ସହିତ ତାଙ୍କ ଆଖିରେ ଧୂଳି ଓ ଧୂଆଁ ଦେବା କାର୍ଯ୍ୟ କରୁଛନ୍ତି ।

Leave a Reply