ଶିଶୁର ଉତ୍ତମ ଚରିତ୍ର ଗଠନ ପାଇଁ ରହିଛି ସମସ୍ତଙ୍କ ଦାୟିତ୍ୱ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମାତୃ ପିତୃ ସମ୍ମିଳନୀ ରବିବାର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ୟାସୀ କତୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ମୁଖ୍ୟ ବକ୍ତା ରୂପେ ବିଦ୍ୱତ ପରିଷଦ ସଭାପତି ଦେବଦତ୍ତ ଭୋଇ, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳା କାହ୍ନୁ ସାହୁ, ସମ୍ପାଦକ ଐଶ୍ୱର୍ଯ୍ୟ କୁମାର ଭୋଇ, ପୂର୍ବତନ ସଭାପତି ପବିତ୍ର ପଟେଲ, ସହ ସମ୍ପାଦକ ଗନ୍ଧର୍ବ ପ୍ରଧାନ, କୋଷାଧ୍ୟକ୍ଷ କ୍ଷୀରୋଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଦେଇଥିଲେ । ବିଦ୍ୟାଳୟ ରେ ଶିଶୁ ଶିକ୍ଷା ଗ୍ରହଣ କରିଥିବା ବେଳେ ଉତ୍ତମ ଚରିତ୍ର ଗଠନ ପାଇଁ ସମସ୍ତଙ୍କ ଦାୟିତ୍ୱ ବୋଲି ବକ୍ତା ମାନେ କହିଥିଲେ । ସେହି ପରି ଅଯୋଧ୍ୟା ରେ ରାମ ଲାଲା ଙ୍କ ବିଗ୍ରହ ପ୍ରତିଷ୍ଠା ଆଗାମୀ ଜାନୁୟାରୀ ରେ ହେବା କୁ ଥିବା ବେଳେ ସମସ୍ତ ପରିବାର ୫ଟି ଲେଖାଏଁ ଦୀପ ନିଜ ଘରେ ଜାଲିବାକୁ କହିଥିଲେ । ପରେ ମାତା ପିତା ମାନେ ନିଜ ନିଜ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଶତାଧିକ ମାତା ପିତା ସହ ବିଦ୍ୟାଳୟ ର ଗୁରୁମା ଗୁରୁଜୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *