ବିଶ୍ୱ ହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ବୈଠକ

ଜୟପୁର ଅଗ୍ରସେନ ଭବନ ଠାରେ ବିଶ୍ୱ ହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତର ଏକ ପ୍ରାନ୍ତସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ ବୈଠକକୁ କେନ୍ଦ୍ରୀୟ ସହ ସମ୍ପାଦକ ଧର୍ମ ପ୍ରଚାର ବିଭାଗର ଅଚୁତା ନନ୍ଦ କର ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମଟି ପ୍ରାନ୍ତ ପଶ୍ଚିମ ପ୍ରାନ୍ତ ସଭାପତି ଡ଼. ରାଜ କୁମାର ବଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ଅବସରରେ ମଞ୍ଚାସୀନ ରହିଥିଲେ ପ୍ରାନ୍ତ କାର୍ଯକାରୀ ସଭାପତି ଅଶୋକ ଗାନ୍ଧୀ, ପ୍ରାନ୍ତ ସମ୍ପାଦକ ଭକ୍ତ ଚରଣ ସାହୁ, ପ୍ରାନ୍ତ ଉପସଭାପତି ବାବୁ ଭାଇ ବଜରଙ୍ଗୀ ରହିଥିଲେ । ଆଗାମୀ ଦିନରେ ହେବାକୁ ଥିବା ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏବଂ ଧର୍ମ ରକ୍ଷା ସପ୍ତାହ ପାଳନ ସମ୍ବନ୍ଧେ ଚର୍ଚ୍ଚା ହେବା ସହ ସମସ୍ତଙ୍କୁ ନିଷ୍ଠାର ସହ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକ୍ରମ ଗୁଡିକୁ କରିବାକୁ ନିବେଦନ କରିଥିଲେ । ଏହି ପ୍ରାନ୍ତ ବୈଠକରେ ଜୟପୁର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ନବ କୃଷ୍ଣ ରଥ, ତେଜେଶ୍ୱର ପଣ୍ଡା, କମଳା କାନ୍ତ ବିଶ୍ୱାଳ ନିଲୁ, ଗଙ୍ଗା ନାୟକ, ସାଧୁ ଚରଣ ଦାସ ଚୌଧୁରୀ, ପ୍ରମୁଖ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *