ଏକଲ ଅଭିଯାନ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବାମନାଶାଳ ସୁରୁବାଲି ଖେଳ ପଡ଼ିଆଠାରେ ଏକଲ ଅଭିଯାନ ପକ୍ଷରୁ ଜିଲ୍ଲୀସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ସସ୍ମିତା ଦାସ ଅଧିକାରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରେଖା ଅଗ୍ରୱାଲ ଯୋଗ ଦେଇଥିଲେ ।ଅତିଥି ଭାବରେ କାବୁଲ ଚନ୍ଦ୍ର ରାହୁଳ, ସଂଜୟ ଅଗ୍ରୱାଲ, ହେମନ୍ତ କୁମାର ମହାନ୍ତ, ମିତ୍ରଭାନୁ ତନ୍ତୀ,ଅରୁଣଦୟ ପ୍ରଧାନ, ସ୍ୱପ୍ନେଶ୍ୱର ନାୟକ, ଦୁର୍ଯ୍ୟୋଧନ ମହାନ୍ତ । ରାଇରଙ୍ଗପୁର ଅଞ୍ଚଳର ୧୬୫ଜଣ ପ୍ରତିଯୋଗୀ ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, କବାଡ଼ି ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ ।ୟୁଏସଆଇ ସଂଗଠନର ରାଜ୍ୟ ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ ଏହି ଅଭିଯାନ ଦ୍ୱାରା କ୍ରୀଡ଼ାବିତ୍ ମାନଙ୍କ ନିମନ୍ତେ ଯେଉଁ ସବୁ ଖେଳର ଆୟୋଜନ କରାଯାଉଛି ତାହା ସ୍ୱାଗତଯୋଗ୍ୟ ।ଖେଳାଳୀମାନେ ଖେଳରେ ହାରିଲା ପରେ ହିଁ ଜୟ ସ୍ୱୀକାର କରିଥାନ୍ତି ବୋଲି ବାର୍ତ୍ତା ବାଣ୍ଟିଥିଲେ । ଏହି ଅଭିଯାନ ପ୍ରମୁଖ ଈଶ୍ୱର ଚନ୍ଦ୍ର କିସ୍କୁ, ସୁବାସ ଚନ୍ଦ୍ର ସିଂ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମକୁ ଏକଲ ଅଭିଯାନ ପ୍ରାଥମିକ ଶିକ୍ଷା ପ୍ରମୁଖ ବାସନ୍ତୀ ମାର୍ଣ୍ଡି, କାର୍ଯ୍ୟାଳୟ ପ୍ରମୁଖ ଆନିପା ହେମ୍ବ୍ରମ, ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ବିଜୟୀ କ୍ରୀଡ଼ାବିତ୍ ଙ୍କୁ ନିମନ୍ତ୍ରିତ ଅତିଥୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *