Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠରେ ଗୋଷ୍ଠାଷ୍ଟମୀ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠରେ ଗୋଷ୍ଠାଷ୍ଟମୀ ଉତ୍ସବ

ପୁରୀ: ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ ଗୋଶାଳା ପରିସରରେ ଗୋଷ୍ଠାଷ୍ଟମୀ ଉତ୍ସବ ପବିତ୍ର କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ତିଥିରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରେ ପାରମ୍ପରିକ ଗୋ ପୂଜନ, ଯଜ୍ଞ କରାଯାଇଥିଲା । ହୋମ ଯଜ୍ଞପରେ କୀର୍ତନ ମଣ୍ଡଳୀଙ୍କ କୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଗୋବର୍ଦ୍ଧନ ପୀଠ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଗୋଶାଳାକୁ ଯାଇ ଗୋ ମାତାମାନଙ୍କୁ ଗୋପିଣ୍ଡୁଳା, ଗୋ ଖାଦ୍ୟ ଓ ଫଳମୂଳ ଖାଇବାକୁ ଦେବା ସହ ଗୋ ମାତାଙ୍କୁ ପୂଜନ ଓ ଆଳତୀ କରିଥିଲେ । ଗୋ ପୂଜନ ସମୟରେ ପୀଠର ସମସ୍ତ କର୍ମକର୍ତ୍ତା ଓ ଆଦିତ୍ୟ ବାହୀନିର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ଅନ୍ତବାସୀ ସହ ଅନ୍ୟମାନେ ଗୋ ମାତାଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ।

Leave a Reply