Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୃଥିବୀକୁ ଫେରିଲା ଏଲଭିଏମ-୩ ଏମ-୪ ରକେଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୃଥିବୀକୁ ଫେରିଲା ଏଲଭିଏମ-୩ ଏମ-୪ ରକେଟ

ହାଇଦ୍ରାବାଦ : ଇସ୍ରୋର ଐତିହାସିକ ପ୍ରକଳ୍ପ ଚନ୍ଦ୍ରୟାନ-୩ ବିଷୟରେ ଏକ ନୂତନ ଅପଡେଟ ପ୍ରକାଶ ପାଇଛି । ୧୨୪ ଦିନ ପରେ ଏହାର ଭଗ୍ନାବଶେଷ ପ୍ରଶାନ୍ତ ମହାସାଗରରେ ଖସିଛି । ୧୪ ଜୁଲାଇ ୨୦୨୩ ରେ ଚନ୍ଦ୍ରୟାନ- ୩କୁ ପୃଥିବୀଠାରୁ ୩୬ ହଜାର କିଲୋମିଟର ଦୂରକୁ ପଠାଯାଇଥିଲା । ଏହାର ଲଞ୍ଚର୍ ବର୍ତ୍ତମାନ ଖସିପଡିଛି । ଗୁରୁବାର ଭୋର ପ୍ରାୟ ୨ଟା ୩୦ସମୟରେ ଲଞ୍ଚରର ଏକ ଅଂଶ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଆମେରିକା ନିକଟ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସି ପଡିଛି । ଏହା ଏଲଭିଏମ-୩ ଏମ-୪ ରକେଟର କ୍ରାୟୋଜେନିକ ଅଂଶ । ନାସାର ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିଛନ୍ତି । ଏହା ପ୍ରଶାନ୍ତ ମହାସାଗରର କେଉଁ ଅଞ୍ଚଳରେ ପଡିଛି ତାହା ମଧ୍ୟ ଚିହ୍ନଟ କରାଯାଇଛି । ଲଞ୍ଚ ହେବା ପରେ ଚନ୍ଦ୍ରୟାନଠାରୁ ଅଲଗା ହେବା ମାତ୍ରେ ଲଞ୍ଚର୍ ପୃଥିବୀ ଚାରିପଟେ ଘୂରି ବୁଲୁଥିଲା । ସେ ଧୀରେ ଧୀରେ ପୃଥିବୀର ନିକଟତର ହେବାକୁ ଲାଗିଥିଲା । ୧୫-୧୬ ନଭେମ୍ବର ୨୦୨୩ ଭୋରରେ, ଏହି ଅଂଶ ଆମେରିକାର ଉପକୂଳବର୍ତ୍ତୀ ଉତ୍ତର ପ୍ରଶାନ୍ତ ମହାସାଗରରେ ପଡିଛି । ଉତ୍ତର ଆମେରିକୀୟ ଏରୋସ୍ପେସ ଡିଫେନ୍ସ କମାଣ୍ଡ ଏହାକୁ ଟ୍ରାକିଂ କରିଥିଲା । ଟ୍ରାକିଂ କରିବା ପରେ, ଇସ୍ରୋ ସହିତ କଥା ହୋଇଥିଲେ ଏବଂ ମହାକାଶରୁ ପୃଥିବୀ ଆଡକୁ ଆସୁଥିବା ଲଞ୍ଚରକୁ ଚିହ୍ନଟ କରିଥିଲେ ଏବଂ ଏହା ସମୁଦ୍ରରେ ପଡ଼ିବା ପରେ ଇସ୍ରୋ ମଧ୍ୟ ଏହା ନିଶ୍ଚିତ କରିଥିଲା ।

Leave a Reply