Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିଶୁ ବିଦ୍ୟାମନ୍ଦିରରେ ୫ ହଜାର ପ୍ରଦୀପପ୍ରଜ୍ୱଳନ କରି ଦୀପାବଳି ଉତ୍ସବ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିଶୁ ବିଦ୍ୟାମନ୍ଦିରରେ ୫ ହଜାର ପ୍ରଦୀପପ୍ରଜ୍ୱଳନ କରି ଦୀପାବଳି ଉତ୍ସବ ପାଳିତ


ପାରଳାଖେମୁଣ୍ଡି: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଦୀପାବଳୀ ଉତ୍ସବକୁ ମହାସମାରୋହରେ ପାଳନ କରାଯାଇଛି । ୫ ହଜାର ପ୍ରଦୀପକୁ ପ୍ରଜ୍ୱଳନ କରି ଏକ ନିଆରା ଢଙ୍ଗରେ ଦୀପାବଳିକୁ ପାଳନ କରାଯାଇଛି. ସ୍ଥାନୀୟ ଦେବୀମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ ଓ ବିଦ୍ୟାଳୟର ପରିଚାଳନା କମିଟିର ସହ ସମ୍ପାଦକ ଶ୍ରୀ ଜନ୍ମେଜୟ ସାହୁଙ୍କ କର କମଳରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆସନ୍ତା ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମି ଠାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ଉଦ୍ଘାଟନର ଶୁଭକାମନା ପୂର୍ବକ ଛାତ୍ରଛାତ୍ରୀ ମାନେ ଏହି ଅବସରରେ ୫୦୦୦ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଛାତ୍ରଛାତ୍ରୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ତଥା ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା ।

Leave a Reply