Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ୍ କୋଡ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ୍ କୋଡ୍

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋଡ୍ । ଆସନ୍ତା ସପ୍ତାହରୁ ସମାନ ନାଗରିକ ସହିଂତା ଲାଗୁ କରିବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାରେ ଦେବଭୂମି ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଥିବା ସୂତ୍ରରୁ ପ୍ରକାଶ ପାଇଛି । ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବକ, ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଗଠିତ କମିଟି ଅଗାମୀ କିଛି ଦିନ ଭିତରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ରିପୋର୍ଟ ଦେଇ ପାରନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଦୀପାବଳିର ପରବର୍ତ୍ତୀ ସପ୍ତାହରେ ଉତ୍ତରାଖଣ୍ଡ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ବସିବ । ଏଥିରେ ସମାନ ନାଗରିକ ସଂହିତା ବିଧେୟକ ପାରିତ କରାଯିବ । ଯେଉଁଥିରେ ୟୁସିସିକୁ ଆଇନର ମାନ୍ୟତା ଦିଆଯିବ ବୋଲି କୁହାଯାଉଛି । ଚଳିତ ବର୍ଷ ଜୁନ୍ ମାସରେ ସମାନ ନାଗରିକ ସଂହିତା ମାସଲାରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନ ପ୍ରକାଶ ଦେଶାଇ କହିଛନ୍ତି, ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ୍ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ସେହିପରି ୨୦୨୪ ସାଧାରଣ ନିର୍ବାଚନ ପରେ ଗୁଜରାଟରେ ମଧ୍ୟ ସାମାନ ନାଗରିକ ସଂହିତା ଲାଗୁହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି । ଏହା ଦେଶର ଦ୍ୱିତୀୟ ରାଜ୍ୟ ହେବ ।

Leave a Reply