ଦର୍ପଣ ଫେରିଲେ ମା କୋଟ୍ରାକ୍ଷୀ ଦେବୀ, ସ୍ଥାପନ ହେଲେ ପୂର୍ବ ପିଣ୍ଡିରେ

ଚଣ୍ଡିଖୋଲ: ଅଢେଇ ବର୍ଷ ତଳେ ଦର୍ପଣ ଗଡର ମା କୋଟ୍ରାକ୍ଷୀ ଦେବୀଙ୍କୁ ଦୁର୍ବୁତମାନେ ରାତ୍ରୀରେ ଚୋରିକରି ନେଇଯାଇଥିଲେ । ଫଳରେ ସ୍ଥାନୀୟ ଭକ୍ତମାନଙ୍କର ମନରେ ଘୋର ଆଘାତ ଦେଇଥିଲା । ଏ ସମ୍ବନ୍ଧରେ ବଡଚଣା ଥାନାରେ ଗ୍ରାମ ପକ୍ଷରୁ ଚାରିଜଣ ବ୍ୟକ୍ତି ଅଭିଯୋଗ କରିଥିଲେ । ପରେ ଉକ୍ତ ଘଟଣା ସାରା ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ପ୍ରଘଟ ହୋଇଯାଇଥିଲା । କୌଣସି ସୁତ୍ରରୁ ଦିଲ୍ଲୀ ବିମାନ ବନ୍ଦରରେ ଉକ୍ତ ମୁର୍ତି ବୀଦେଶକୁ ଚାଲାଣ ହେବାକୁ ଯାଉଥିବା ସମୟରେ କଷ୍ଟମ ଅଧିକାରୀଙ୍କ ଯାଂଚ ସମୟରେ ଚୋରି ମୁର୍ତି ବୋଲି ଜଣାପଡିଥିଲା । ଏହାପରେ ଅଧିକାରୀଙ୍କ ଦ୍ୱାରା ଉକ୍ତ ଘଟଣା ପ୍ରଘଟ ହେବାପରେ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ୱ ବିଭାଗ ଏହି ବିଷୟରେ ଜାଣି ବଡଚଣା ଥାନାକୁ ଖବର ପଠାଇଥିଲେ । ତତକାଳୀନ ଥାନା ଅଧିକାରୀ ଓ ଦର୍ପଣ ଗ୍ରାମର ଅଧିବାସୀମାନେ ଦିଲ୍ଲୀ ଯାଇ ତାହା ମା କୋଟ୍ରାକ୍ଷୀ ଦେବୀଙ୍କ ମୁର୍ତି ବୋଲି ଚିହ୍ନଟ କରିଥିଲେ । ପରେ ଯାଜପୁର ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ପ୍ରମୋଦ ମଲିକ, ଏସ୍‌ଆଇ ସୁବାଷ ଚନ୍ଦ୍ର ମୁଦୁଲି ଓ ସରପଂଚ ରଂଜନ ଦାଶଙ୍କ ସମେତ ଛଅ ଜଣିାଆ ଦଳ ଦିଲ୍ଲୀରେ ପହଂଚି ସମସ୍ତ ପ୍ରକାର ଆଇନ ବ୍ୟବସ୍ଥା ଅନୁଯାୟୀ ଶୁକ୍ରବାର ସକାଳେ ମାଆଙ୍କୁ ସାଙ୍ଗରେ ଆଣି ବଡଚଣା ଥାନାରେ ପହଂଚି ଥିଲେ । ଥାନା ଅଧିକାରୀ ଶତର ଅଭିଯୋଗ କରିଥିବା ଚାରିଜଣଙ୍କ ହସ୍ତରେ ମୁର୍ତି ଅର୍ପଣ କରିଥିଲେ । ବଡଚଣା ଥାନା ଠାରୁ ଦର୍ପଣ ଅଂଚଳର ହଜାର ହଜାର ଭକ୍ତ ଏକ ଶୋଭା ଯାତ୍ରାରେ ମାଆଙ୍କୁ ଦର୍ପଣ ଗ୍ରାମକୁ ପାଛୋଟି ଆଣିଥିଲେ । ଏଥିରେ ଦର୍ପଣ ବିଧାୟକ ଅମର ପ୍ରସାଦ ଶତପଥୀ, ପଂଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି ଓ ବହୁ ନେତୃତ୍ୱ ଯୋଗଦେଇଥିଲେ । ବାବା ଭୈରବାନନ୍ଦ ମହାବିଦ୍ୟାଳୟ ନିକଟକରୁ ରାସ୍ତାର ଦୁଇ ପାର୍ଶ୍ୟରେ ଶହଶହ ସଂଖ୍ୟାରେ ମହିଳା ମାଙ୍କୁ ଦର୍ଶନ କରିଥିଲେ । ଦର୍ପଣ ଠାରେ ପହଂଚିବା ପରେ ସମ୍ପୁର୍ଣ୍ଣ ଅଂଚଳ ଲୋକାରୁନ୍ୟ ହୋଇ ଏକ ଭାବବେଗ ପରିବେଷ ସୃଷ୍ଟି ହୋଇଥିଲା । ମାଙ୍କୁ ତାଙ୍କର ଗର୍ତ ଗୃହରେ ରଖାଯାଇଥିଲା ।ଶନିବାର ସକାଳୁ ବହୁ ପଣ୍ଡିତ ଓ ବ୍ରାହ୍ମଣଙ୍କ ପୂଜାର୍ଚ୍ଚନା ମାଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଇବା ସହ ବେଦମନ୍ତ୍ର ପାଠ କରାଯାଇ ଯଥା ରିତିନିତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଙ୍କୁ ତାଙ୍କ ପୂର୍ବ ସ୍ଥାପନ କରାଯାଇଛି ।ସ୍ଥାପନ ପରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ପହଂଚି ମାଙ୍କ ଦର୍ଶନ କରିଥିଲେ

Leave a Reply

Your email address will not be published. Required fields are marked *