Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମଲଲାଙ୍କ ପ୍ରତିଷ୍ଠା ଦିନ ଦେଶର ୫ଲକ୍ଷ ମନ୍ଦିରରେ ହେବ ଅଯୋଧ୍ୟା ପରି ଆନନ୍ଦ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମଲଲାଙ୍କ ପ୍ରତିଷ୍ଠା ଦିନ ଦେଶର ୫ଲକ୍ଷ ମନ୍ଦିରରେ ହେବ ଅଯୋଧ୍ୟା ପରି ଆନନ୍ଦ ଉତ୍ସବ

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଭବ୍ୟ ମନ୍ଦିରରେ ରାମଲଲାଙ୍କ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ରବିବାର ପୂଜିତ ଅକ୍ଷତ କଳସ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦେଶରୁ ଚୟନ ହୋଇଥିବା ୧୦୧ କାର୍ଯ୍ୟକର୍ତ୍ତା ପୂଜନ ପରେ ଧାନ କଳସକୁ ବିଜୟ ମନ୍ତ୍ର ସହ ଗ୍ରହଣ କରିଛନ୍ତି । ଏବଂ ଏହାକୁ ନେଇ ନିଜ ନିଜ ରାଜ୍ୟକୁ ଯାଇଛନ୍ତି । ଅଯୋଧ୍ୟାରେ ୨୦୨୪ ଜାନୁୟାରୀ ୨୨ରେ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରତିଷ୍ଠା ହେବ । ଏହି ଅବସରରେ ଦେଶର ୫ଲକ୍ଷ ମନ୍ଦିରରେ ଆନନ୍ଦ ଉତ୍ସବ ମନାଯିବ । ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କୁ ପବିତ୍ର ଧାନ ଦେଇ ନିମନ୍ତ୍ରିତ କରାଯିବ । ଶ୍ରୀରାମ ଜନ୍ମଭୂମିର ସୁଗ୍ରିବ କିଲା ପରିସରରେ ଏହି ପୂଜିତ ଧାନ କଳସ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା

Leave a Reply