ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ଅସ୍ତରଙ୍ଗ : ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ସ୍ଥାନୀୟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରସ୍ୱତୀ ଶିଶୁମନ୍ଦିର ପରିସରରେ ଅସ୍ତରଙ୍ଗ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ, ପାଟଳଦା ଉଚ୍ଚ ବିଦ୍ୟାଳୟ, ସୁରେନ୍ଦ୍ରନାଥ ବିଦ୍ୟାପୀଠ ସୁନ୍ଦର ସହ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବର୍ଗରେ ବିଭକ୍ତ ହୋଇ ସୁନ୍ଦର ଭାବେ ଗୀତା ଆବୃତ୍ତି କରିଥିଲେ. ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ, କପିଳେନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ମିଶ୍ର, ଦିବାକର ପ୍ରଧାନ, ପ୍ରିୟତମା ସେଠି ବିଚାରକ ଭାବେ ଉପସ୍ଥିତ ଥିଲେ । ସଂଯୋଜକ ଶ୍ରୀଯୁକ୍ତ ଅଶୋକ ନାୟକ, ପଣ୍ଡିତ ଚିତ୍ତରଂଜନ ମିଶ୍ର ଗୀତାର କର୍ମ ଯୋଗର ବିଦ୍ୟାର୍ଥୀ ଜୀବନରେ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ. କ \’ବିଭାଗ ରେ ଅସ୍ତରଙ୍ଗ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଛାତ୍ର ରାଜେଶ କୁମାର ସ୍ୱାଇଁ, ସାଇ ଶାଗ୍ନକି, ରୋଶନମିଶ୍ର, ଖ \’ବିଭାଗ ଅସ୍ତରଙ୍ଗ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଛାତ୍ରୀ ସୋନମ ପ୍ରିୟଦର୍ଶିନୀ ଲେଙ୍କା , ଗ \’ବିଭାଗ ରେ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଲକ୍ଷ୍ମୀ ପ୍ରିୟଦର୍ଶିନୀ ନାୟକ. ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ପ୍ରଭଞ୍ଜନ ନାୟକ, ପ୍ରଧାନଗୁରୁଜୀ ଭୀମସେନ ରାୟ, ବିଚାରକ ମଣ୍ଡଳୀ, ସଂଯୋଜନା ସହ ଅସ୍ତରଙ୍ଗ ସରସ୍ୱତୀ ଶିଶୁମନ୍ଦିର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *