Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରକ୍ତରେ ଶର୍କରା ନିୟନ୍ତ୍ରଣ କରେ କଲରା ଜୁସ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରକ୍ତରେ ଶର୍କରା ନିୟନ୍ତ୍ରଣ କରେ କଲରା ଜୁସ୍

କଲରା ନାଁ ଶୁଣିବା ମାତ୍ରକେ ଅନେକ ଲୋକଙ୍କ ପାଟି ପିତା ହୋଇଯାଏ । କିନ୍ତୁ ସେମାନେ ଜାଣିନେବା ଉଚିତ୍ ଯେ, ଏହା ପାଟିକୁ ପିତା ହୋଇପାରେ ସତ; କିନ୍ତୁ ଦେହକୁ ସମ୍ପୂର୍ଣ୍ଣ ହିତ । କଲରା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । କଲରାକୁ ବିଭିନ୍ନ ପ୍ରକାର ଉପାୟରେ ଔଷଧ ରୂପେ ବ୍ୟବହାର କରିପାରିବା । କଲରାରେ ଏମିତି କିଛି ଗୁଣ ଭରିରହିଛି, ଯାହା ବିଭିନ୍ନ ପ୍ରକାର ସଂକ୍ରମିତ ରୋଗ ସହ ଲଢ଼ିବାରେ ବେଶ୍ ସାହାଯ୍ୟ କରିଥାଏ । ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ । କଲରାରେ ଥିବା ମୋମର୍ସିଡିନ୍ ଏବଂ ଚେରାଟିନ୍ ଭଳି ଆଣ୍ଟିହାଇପର୍ ଗ୍ଲେସୋମିକ୍ ତତ୍ତ୍ୱ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାନ୍ତି । ଏହାଛଡ଼ା କଲରାରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର୍ ଥାଏ, ଯାହା ମଧୁମେହ ସହ ଲଢ଼ିବାରେ ସହାୟତା କରିଥାଏ । କଲରା ମଞ୍ଜିରେ ପଲିପେପ୍ଟାଇଡ୍‌-ପି ନାମକ ପ୍ଲାଣ୍ଟ ଇନ୍‌ସୁଲିନ୍ ଥାଏ । ଏହି ଇନ୍‌ସୁଲିନ୍ ଠିକ୍ ସେହିଭଳି କାମ କରେ, ଯେପରି ଅଗ୍ନାଶୟରୁ ବାହାରୁଥିବା ଇନ୍‌ସୁଲିନ୍ ରକ୍ତରେ ଶର୍କରା ସ୍ତରକୁ କମ୍ କରିଥାଏ । କଲରା ଜୁସ୍‌କୁ ଖାଲି ପେଟରେ ପିଇବା ଉଚିତ୍ । କଲରା ଜୁସ୍‌ର କଡ଼ାପଣ କମ୍ କରିବାକୁ ଟୁକୁଡ଼ା ଟୁକୁଡ଼ା କାଟି ତାକୁ ହଳଦୀ ଏବଂ ଲୁଣ ପାଣିରେ ପନ୍ଦର ମିନିଟ୍ ଭିଜାଇ ରଖିପାରିବେ । ପରେ ଏଥିରେ ଲେମ୍ବୁ ମିଶାଇ ଜୁସ୍ ତିଆରି କରି ପିଅନ୍ତୁ । ଏହା ସ୍ୱାଦ ପରିବର୍ତ୍ତନ କରିବା ସାଙ୍ଗକୁ ସ୍ୱାସ୍ଥ୍ୟକୁ ଆରାମ ଦେଇଥାଏ ।

Leave a Reply