Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୯୫ରେ ପହଞ୍ଚିଲା ଭାରତର ପଦକ ସଂଖ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୯୫ରେ ପହଞ୍ଚିଲା ଭାରତର ପଦକ ସଂଖ୍ୟା

ହାଙ୍ଗଝୋୟୁ: ଚୀନରେ ଚାଲିଥିବା ଚଳିତ

ଏସିଆନ ଗେମ୍ସରେ ଭାରତ ରେକର୍ଡ ସଂଖ୍ୟକ

ପଦକ ହାସଲ କରିବା ନିଶ୍ଚିତ ହୋଇ ଯାଇଛି ।

କାରଣ ଗତ ୨୦୧୮ ଜାକର୍ତ୍ତା ଏସିଆଡରେ

ଭାରତ ୧୮ ସ୍ୱର୍ଣ୍ଣ ସହିତ ୭୦ ପଦକ

ପାଇଥିବା ବେଳେ ଏଥର ୯୫ରେ ପହଞ୍ôଚଛି ।

ଏହି କ୍ରୀଡା ଶେଷ ହେବା ପାଇଁ ଆଉ ଦିନ

ବାକିଥିବା ବେଳେ ଭାରତର ପଦକ ସଂଖ୍ୟା

୧୦୦କୁ ଛୁଇଁବ ବୋଲି ଅନୁମାନ । ସେହିପରି

ଗତ ଏସିଆଡ ଅପେକ୍ଷା ଏଥର ମଧ୍ୟ ସ୍ୱର୍ଣ୍ଣ

ପଦକ ସଂଖ୍ୟା ବଢ଼ିଛି । ଶୁକ୍ରବାର ସୁଦ୍ଧା ଭାରତ

୨୨ ସ୍ୱର୍ଣ୍ଣ,୩୪ ରୌପ୍ୟ ଓ ୩୯ କାଂସ୍ୟ

ପଦକ ଅକ୍ତିଆର କରିଛି । ଭାରତୀୟ ସୁଟର

ମାନେ ୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୬ କାଂସ୍ୟ

ସହିତ ୨୨ ପଦକ ଓ ଟ୍ରାକ ଏବଂ ଫିଲ୍ଡ

ଆଥଲେଟ୍ ୬ ସ୍ୱର୍ଣ୍ଣ, ୧୪ ରୌପ୍ୟ ଓ ୯

କାଂସ୍ୟ ସହ ଭାରତ ପାଇଁ ସର୍ବାଧିକ ୨୯

ପଦକ ହାସଲ କରିଛନ୍ତି । ସେହିପରି

ତରନ୍ଦାଜୀରେ ଭାରତ ୩ ସ୍ୱର୍ଣ୍ଣ ପାଇଥିବା

ବେଳେ ଅନ୍ୟ ୬ ସ୍ୱର୍ଣ୍ଣ ମହିଳା କ୍ରିକେଟ,

ଅଶ୍ୱଚାଳନା, ସ୍କ୍ୱାଶ(୨), ଟେନିସ, ପୁରୁଷ

ହକିରୁ ମିଳିଛି । ତେବେ ରୋଇଂ,ବକ୍ସିଂ,

ସେଲିଂ, ବ୍ୟାଡମିଣ୍ଟନ, ଉଶୁ,ଗଲ୍ଫ,

ରୋଲରସ୍କେଟିଂ, ଟେବୁଲ ଟେନିସ,କ।।ନାଇ

ସ୍ପ୍ରିଣ୍ଟ, ରେସଲିଂ, ସେପାକଟ୍ରାକ, ବ୍ରିଜ

ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିନାହିଁ ।

ଶୁକ୍ରବାର ଅନୁଷ୍ଠିତ ବ୍ରିଜ ଟିମ ଇଭେଣ୍ଟ

ଫାଇନାଲରେ ହଂକଂକୁ ହରାଇ ଭାରତ ସ୍ୱର୍ଣ୍ଣ

ପଦକ ଜିତିବ ବୋଲି ଆଶା ଥିଲା । ମାତ୍ର ରାଜୁ

ତୋଲାନି, ଅଜୟ ପ୍ରଭାକର କେରେ

ରାଜେଶ୍ୱର ତିୱାରି ଓ ସୁମିତ ମୁଖାର୍ଜୀଙ୍କୁ ନେଇ

ଗଠିତ ଭାରତୀୟ ଦଳ ହଂକଂକୁ ହରାଇବାରେ

ବିଫଳ ହେବା ସହ ରୌପ୍ୟ ପଦକରେ ସନ୍ତୁଷ୍ଟ

ହେବାକୁ ପଡିଲା ।ଭାରତ ୨୦୧୮

ଏସିଆଡର ଏହି ଇଭେଣ୍ଟରେ ୧ ସ୍ୱର୍ଣ୍ଣ ଓ ୨

କାଂସ୍ୟ ପଦକ ପାଇଥିଲା । ସେହିପରି ରିକର୍ଭ

ତୀରନ୍ଦାଜି ମହିଳା ଦଳ କାଂସ୍ୟ ଓ ପୁରୁଷ ରିକର୍ଭ

ଇଭେଣ୍ଟର ଭାରତ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା

ଠାରୁ ପରାଜିତ ହୋଇ ରୌପ୍ୟ ପଦକ ପାଇଛି ।ଏହା ବ୍ୟତିତ ଏଚଏସ ପ୍ରଣୟ ବ୍ୟାଡମିଣ୍ଟନ

ସିଙ୍ଗଲ୍ସରେ ଭାରତ ପାଇଁ ଅର୍ଜନ କରିଛନ୍ତଭାରତର ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ୬୫ କେଜି ଫ୍ରିଷ୍ଟାଇଲ ବର୍ଗର କାଂସ୍ୟ ପଦକ ଲଢ଼େଇରେ ହାରି ଯାଇଛନ୍ତି । ତାଙ୍କ ଠାରୁ ଭାରତ ନିଶ୍ଚିତ ଏକ ପଦକ ଆଶା କରୁଥିବା ବେଳେ ସେ ଇରାନୀୟ ରେସଲର ରହମନ ଆମୋଜାଦଖଲିଲଙ୍କ ନିକଟରୁ ସେମିଫାଇନାଲରେ ୦-୮ରେ ହାର ମାନିଥିଲେ । ତେଣୁ ଶୁକ୍ରବାର ଅନୁଷ୍ଠିତ କାଂସ୍ୟ ପଦକ ମୁକାବିଲାରେ ଜାପାନର କେଇକି ୟାମାଗୁଚିଙ୍କ ଠାରୁ ୦-୧୦ରେ ପରାସ୍ତ ହେବା ଫଳରେ ପଦକ ହାସଲ ଆଶା ମଉଳି ଗଲା । ଅବଶ୍ୟ ପୁରୁଷ କବାଡିରେ ଭାରତ ପଦକ ହାସଲ ନିଶ୍ଚିତ କରିଛି । ସେମିଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ଆଜି ଅନୁଷ୍ଠିତ ମହିଳା ସେପାକଟ୍ରାକରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି । ଏହି କ୍ରୀଡାର ରେଗୁ ଇଭେଣ୍ଟ ସେମିଫାଇନାଲରେ ଭାରତୀୟ ମହିଳା ଦଳ୧୦-୨୧, ୧୩- ୨୧ରେ ଥାଇଲାଣ୍ଡ ଠାରୁ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଭାରତ ପାଇଁ ଏହା ହେଉଛି ଐତିହାସିକ ସଫଳତା । କାରଣ ଭାରତ ଆଜି ପର୍ଯ୍ୟନ୍ତ ଏସିଆନ ଗେମ୍ସ ଇତିହାସରେ କେବେ ମହିଳା ସେପାକଟ୍ରାକ ଇଭେଣ୍ଟରେ କୌଣସି ପଦକ ହାସଲ କରି ପାରି ନ ଥିଲା । ତେବେ ଆୟେକପାମ ମନିପାକ ଦେବୀ, ଓଇନାମ ଚାଓବା ଦେବୀ, ଖୁଶବୁ, ଇଲାଙ୍ଗବାମ ପ୍ରିୟା ଦେବୀ ଓ ଇଲାଙ୍ଗବାମ ଲିରେଣ୍ଟୋମ୍ବି ଦେବୀଙ୍କୁ ନେଇ ଗଠିତ ଭାରତୀୟ ଦଳ ସେମିରେ ହାର ମାନି ଥିଲେ ହେଁ ଭାରତ ପାଇଁ ଐତିହାସିକ ପଦକ ହାସଲ କରି ପାରିଛନ୍ତି ।

କାଂସ୍ୟ ପଦକ । ଶୁକ୍ରବାର ଅନୁଷ୍ଠିତ ଏହି

ଇଭେଣ୍ଟର ସେମିଫାଇନାଲ ମ୍ୟାଚରେ ପ୍ରଣୟ

ଚୀନର ଲି ଶିଫେଙ୍ଗଙ୍କ ଠାରୁ ୧୬-୨୧,୯-

୨୧ରେ ପରାସ୍ତ ହୋଇ ଥିଲେ । ଦୀର୍ଘ

୪୧ ବର୍ଷ ପରେ ଭାରତକୁ ବ୍ୟାଡମିଣ୍ଟନ

ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ପ୍ରଥମ ପଦକ

ମିଳିଛି । ତେବେ ପୁରୁଷ ଡବଲ୍ସ

ବ୍ୟାଡମିଣ୍ଟନ ଇଭେଣ୍ଟର ଫାଇନାଲରେ

ଭାରତୀୟ ଯୋଡି ସାତ୍ୱିକସାଇରାଜ ଓ

ଚିରାଗ ସେଟୀ ପ୍ରବେଶ କରିଥିବାରୁ ଭାରତ

ପାଇଁ ଆଉ ଏକ ପଦକ ଅର୍ଜନ କରିବେ ।

Leave a Reply