Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସୀୟ କ୍ରୀଡ଼ା ହକିରେ ଭାରତକୁ ସ୍ୱର୍ଣ୍ଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସୀୟ କ୍ରୀଡ଼ା ହକିରେ ଭାରତକୁ ସ୍ୱର୍ଣ୍ଣ

ହାଙ୍ଗଝୌ: ଏସୀୟ କ୍ରୀଡ଼ା ହକିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଜାପାନକୁ ୫-୧ ଗୋଲରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣପଦକ ଜିତିବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । ପୂର୍ବରୁ ଗ୍ରୁପ ପର‌୍ୟ୍ୟାୟରେ ଅପରାଜେୟ ଥିବା ଭାରତ ସେମିଫାଇନାଲରେ କୋରିଆକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ମ୍ୟାଚ ଆରମ୍ଭରୁ ଭାରତ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲା । ପ୍ରଥମ କ୍ୱାର୍ଟରରେ କୌଣସି ଦଳ ଗୋଲ ସ୍କୋର କରି ପାରିନଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଗୋଲ ଦେଇ ଭାରତ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଭାରତ ପକ୍ଷରୁ ପ୍ରଥମେ ମନପ୍ରୀତ ଗୋଲ୍ ଦେଇଥିଲେ । ଏହାପରେ ଅଧିନାୟକ ହରମନପ୍ରୀତ ସିଂହ ଆଉ ଗୋଟିଏ ଗୋଲ ଦେଇଥିଲେ । ପରେ ଓଡ଼ିଆ ଖେଳାଳୀ ଅମିତ ରୋହିଦାସ ଏବଂ ଅଭିଷେକ ଗୋଲ ଦେଇଥିବାବେଳେ ଶେଷରେ ପୁଣିଥରେ ଅଧିନାୟକ ହରମନପ୍ରୀତ ଗୋଲ ଦେଇ ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ଏହି ସ୍ୱର୍ଣ୍ଣ ସହ ଏସୀୟ କ୍ରୀଡ଼ା ହକିରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ଭାରତ ୧୯୬୬, ୧୯୯୮ ଏବଂ ୨୦୧୪ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଅନ୍ୟପଟେ ଭାରତର ସ୍ୱର୍ଣ୍ଣିମ ସଫଳତା ପଛରେ ରହିଛି ଓଡ଼ିଶାର ବିଶେଷ ଅବଦାନ । ହକିରେ ଗୋଲ୍ଡ ଜିତି ଇତିହାସ ରଚିବା ପରେ ଏଭଳି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ସ୍ୱର୍ଣ୍ଣିମ ବିଜୟ ପରେ ଦିଲ୍ଲୀପ କହିଛନ୍ତି ଭାରତର ପ୍ରଦର୍ଶନରେ ମୁଁ ବହୁତ ଖୁସି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦିଲ୍ଲୀପ କହିଛନ୍ତି ସ୍ୱର୍ଣ୍ଣ ସଫଳତା ପାଇଁ ରହିଛି ଓଡ଼ିଶାର ଅବଦାନ । ୨୦୧୮ରୁ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜକ ରହିଛି ଓଡ଼ିଶା । ଲଗାତର ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ସାରା ବିଶ୍ୱରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଓଡ଼ିଶାର ପ୍ରାୟୋଜକ ଅବଧିରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ପ୍ରଥମଥର ପାଇଁ ସେମି ଫାଇନାଲରେ ପ୍ରବେଶ କରି ସଫଳତା ପାଇଥିଲା ମହିଳା ହକି ଦଳ । ହକିକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି ।

Leave a Reply