Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀଙ୍କ ହବ୍ ପାଲଟିଛି କାନାଡା : ବାଂଲାଦେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀଙ୍କ ହବ୍ ପାଲଟିଛି କାନାଡା : ବାଂଲାଦେଶ

ଢାକା : ଭାରତ-କାନାଡା ବିବାଦକୁ ନେଇପ୍ରତିକ୍ରିୟା ରଖିଛି ବାଂଲାଦେଶ । ଖାଲିସ୍ତାନୀନେତାଙ୍କୁ ସମର୍ଥନ କରୁଥିବା କାନାଡା ଉପରେବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେଅବଦୁଲ ମୋମେନ ଖୁବ୍ ବର୍ଷିଛନ୍ତି । ସେକହିଛନ୍ତି, କାନାଡା ଆତଙ୍କବାଦୀଙ୍କ ହବ୍‌ପାଲଟିଛି । ଯେକୌଣସି ଆତଙ୍କବାଦୀ କାନାଡାଯାଇ ସେଠାରେ ଆଶ୍ରୟ ନେଇପାରୁଛନ୍ତି ।ମୋମେନ ଏକ ଟିଭି ସାକ୍ଷାତକାରରେ ଏହିମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ତାଙ୍କୁବାଂଲାଦେଶର ରାଷ୍ଟ୍ରପତି ଶେଖ ମୁଜିବୁର ରହମାନଙ୍କ ହତ୍ୟାକାରୀ ବିଷୟରେପଚରାଯାଇଥିଲା । ତାଙ୍କ ହତ୍ୟାକାରୀ କାନାଡାରେ ରହୁଛନ୍ତି ବୋଲି ସେ କହିଥିଲେ ।କାନାଡାରେ ସେ ସୁଖଦ ଜୀବନ ବିତାଉଛନ୍ତି । ରାଷ୍ଟ୍ରପତିଙ୍କ ହତ୍ୟାକାରୀଙ୍କୁ ଦେଶରୁ ବିତାଡିତକରିବାକୁ ଆମେ କାନାଡା ସରକାରଙ୍କୁ ବହୁବାର ଅନୁରୋଧ କରୁଛୁ । ଦୁର୍ଭାଗ୍ୟବଶତଃ ସେଏହାକୁ ଅଣଦେଖା କରିଛନ୍ତି । ଏନେଇ ଆମେ କାନାଡା କୋର୍ଟକୁ ମଧ୍ୟ ଯାଇଥିଲୁ ।

Leave a Reply