Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସୀୟ କ୍ରୀଡ଼ାରେ ୩୩ ପଦକ ସହ ୪ର୍ଥକୁ ଉଠିଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସୀୟ କ୍ରୀଡ଼ାରେ ୩୩ ପଦକ ସହ ୪ର୍ଥକୁ ଉଠିଲା ଭାରତ

ହାଙ୍ଗଝୌ: ଚାଇନାରେ ଚାଲିଥିବା

୧୯ତମ ଏସିଆନ ଗେମ୍ସରେ ଭାରତ ତା’ର

ସ୍ଥିର ପ୍ରଦର୍ଶନ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା

ଦେଶ ପାଇଁ ବିଭିନ୍ନ ବର୍ଗରେ ଖେଳାଳିମାନେ

୩୩ଟି ପଦକ ଜିତି ସାରିଲେଣି । ଏହା

ମଧ୍ୟରେ ୮ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି

ବ୍ରୋଞ୍ଜ ପଦକ ରହିଛି । କେବଳ ଶୁଟିଂରୁ

ଦେଶକୁ ୫ ଗୋଲ୍ଡ ମେଡାଲ ମିଳିଛି ।

ଏହାବାଦ ମହିଳା କ୍ରିକେଟ ଓ ଅଶ୍ୱଚାଳନାର

ଡ୍ରେସେଜ ଇଭେଣ୍ଟରେ ଦେଶକୁ ସ୍ୱର୍ଣ୍ଣିମ

ସଫଳତା ହାସଲ ହୋଇଛି । ୬ଷ୍ଠ ଦିନରେ

ଭାରତ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି

ବ୍ରୋଞ୍ଜ ପଦକ ଜିତିଛି । ଶୁଟିଂରୁ ଦୁଇଟି ଯାକ

ସ୍ୱର୍ଣ୍ଣ ମିଳିଥିବା ବେଳେ ଟେନିସ ଓ ଶୁଟିଂରୁ

୪ଟି ରୌପ ପଦକ ମିଳିଛି । ଶଟପୁଟ ଓ

ମହିଳା ସ୍କ୍ୱାସ ଟିମ ଇଭେଣ୍ଟରେ ଦେଶ ବ୍ରୋଞ୍ଜ

ପଦକ ହାତେଇଛି ।

ଆଜିର ଶେଷ ଖେଳାଳି ଭାବେ କିରଣ

ବଲିୟାନ ଦେଶ ପାଇଁ ଶଟପୁଟରେ ବ୍ରୋଞ୍ଜ

ପଦକ ଜିତିଛନ୍ତି । ସେ ୧୭.୩୨ ମିଟର

ଦୂରତାକୁ ଶଟପୁଟ ଫିଙ୍ଗି ଏପରି ସଫଳତା

ପାଇଛନ୍ତି । ସେହିପରି ଚଳିତ ବର୍ଷ ଏସିଆ

ଗେମ୍ସରେ ଏହା ଆଥଲେଟିକ୍ସରୁ ମିଳିଥିବା

ପ୍ରଥମ । ଭାରତ ଆଜି ପୁରୁଷ ସ୍କ୍ୱାସ ଟିମ

ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛି ।

ଦଳ ମାଲେସିୟାକୁ ହରାଇ ପଦକ ଏକ

ପ୍ରକାରର ପକ୍କା କରି ସାରିଛି । ତେବେ ସ୍ୱର୍ଣ୍ଣ

ପଦକ ପାଇଁ ଭାରତୀୟ ଟିମ ପାକିସ୍ତାନ ସହ

ଲଢ଼ିବ । ୫୦ କେଜି ମହିଳା ବକ୍ସିଂରେ ଷ୍ଟାର

ବକ୍ସର ନିଖତ ଜରୀନ ମାତ୍ର ୫୩

ସେକେଣ୍ଡରେ ମ୍ୟାଚ ଶେଷ କରି ସେମିରେ

ପ୍ରବେଶ କରିଛନ୍ତି । ଏହି ବିଜୟ ସହ ସେ

କେବଳ ଦେଶ ପାଇଁ ପଦକ ପକ୍କା କରି

ନାହାନ୍ତି । ବରଂ ଆସନ୍ତା ବର୍ଷ ଅନୁଷ୍ଠିତ

ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ

ଟିକେଟ ହାତେଇଛନ୍ତି ।

ସେହିପରି ୩୭ ବର୍ଷ ପରେ

ବ୍ୟାଡମିଣ୍ଟନରେ ଦେଶର ପଦକ ପକ୍କା

ହୋଇଛି । ଭାରତୀୟ ପୁରୁଷ ଟିମ ନେପାଳକୁ

ମାତ ଦେଇ ପୁରୁଷ ବ୍ୟାଡମିଣ୍ଟନର ଫାଇନାରେ

ପ୍ରବେଶ କରିଛି । ଏହାର ଅର୍ଥ ଫାଇନାଲରେ

ହାରିଲେ ମଧ୍ୟ ଭାରତକୁ ରୌପ୍ୟ ପଦକ

ମିଳିବ । ଆଜି ୫୦ ମିଟର ଏୟାର ରାଇଫଲ

ଟିମ୍ ଇଭେଣ୍ଟ ଓ ମହିଳା ୧୦ ମିଟର ଏୟାର

ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ

ମିଳିଛି । ୫୦ ମିଟର ଏୟାର ରାଇଫଲ

ଟିମ୍‌ରେ ପ୍ରତାପ ତୋମାର, ସ୍ୱପ୍ନିଲ, ଅଖିଲ

ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ

ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି

ମହିଳା ସୁଟର ପଲକ । ମହିଳା ୧୦ ମିଟର

ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଭାରତକୁ

ରୌପ୍ୟ ପଦକ ବି ମିଳିଛି । ଈଶା ସିଂହ ଭାରତ

ପାଇଁ ଏହି ପଦକ ହାସଲ କରିଛନ୍ତି । ପୁରୁଷ

ଟେନିସ ଡବଲ୍ସରେ ସାକେତ୍‌-ରାମନାଥନ୍‌

ଯୋଡ଼ି ରୌପ୍ୟ ପଦକ ଜିତିଛନ୍ତି ।

ଫାଇନାଲରେ ଏହି ଭାରତୀୟ ଯୋଡ଼ିଙ୍କୁ

ପରାସ୍ତ ହେବାକୁ ପଡ଼ିଛି ।

ମହିଳା ହକିରେ ଭାରତର ବିଜୟ ଧାରା

ଜାରି ରହିଛି । ପ୍ରଥମ ମ୍ୟାଚ୍‌ରେ ଦଳ

ସିଙ୍ଗାପୁରକୁ ହରାଇଥିଲା । ଆଜି ଦଳ

ମାଲେସିୟାକୁ ୬-୦ ଗୋଲରେ ପରାସ୍ତ

କରିଛି ।

ଅନ୍ୟପକ୍ଷରେ ଚାଇନା ପ୍ରଥମ ଦେଶ

ଭାବେ ଚଳିତ ବର୍ଷ ଏସିଆ ଗେମ୍ସରେ

୧୦୦ରୁ ଅଧିକ ସ୍ୱର୍ଣ୍ଣ ଜିତିବାର ରେକର୍ଡ

କରିଛି । ବର୍ତ୍ତମାନ ପଦକ ଜିତିବା ତାଲିକାର

୧ନଂ ସ୍ଥାନରେ ଥିବା ଆୟୋଜକ ଚାଇନା ସବୁ

କ୍ରୀଡ଼ାରେ ନିଜରର ଦବବଦା ଦେଖାଇ

ଚାଲଛି । ଏସିଆ କ୍ରୀଡ଼ାର ପ୍ରଥମ ୬ ଦିନରେ

ଚାଇନା ୨୦୦ଟି ପଦକ ଜିତି ସାରିଲାଣି ।

ଏହା ମଧ୍ୟରେ ୧୦୫ ସ୍ୱର୍ଣ୍ଣ, ୬୩ଟି ରୌପ୍ୟ

ଓ ୩୨ଟି ବ୍ରୋଞ୍ଜ ପଦକ ରହିଛି ।

ତାଲିକାର ଦ୍ୱିତୀୟ ସ୍ଥାନରେ ଜାପାନ

ରହିଛି । ଜାପାନ ୨୭ଟି ସ୍ୱର୍ଣ୍ଣ, ୩୫ଟି

ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ସହ

ଏଯାଏ ୯୯ଟି ପଦକ ହାତେଇଛି । ଦକ୍ଷିଣ

କୋରିଆ ୨୬ଟି ସ୍ୱର୍ଣ୍ଣ, ୨୮ଟି ରୌପ୍ୟ ଓ

୪୮ଟି ବ୍ରୋଞ୍ଜ ସହ ମୋଟ ୧୦୨ଟି ପଦକ

ଜିତି ତୃତୀୟ ସ୍ଥାନରେ ଅଛି ।

Leave a Reply