ଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ଆୟୋଜନ

ଭୁବନେଶ୍ୱର : ଚଳିତ ସେପ୍େଟମ୍ବର ୨୪ ତାରିଖ ରବିବାର ଦିନ ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ସ୍ଥାନୀୟ ଓଡିଏମ୍ ପବ୍ଲିକ ସ୍କୁଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବ ମୋଟ ଚାରିଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ଦେଶାତ୍ମବୋଧକ ସଙ୍ଗୀତ ସମୂହ ଗାନ କରି ଭାରତ ମାତାର ଚରଣ ବନ୍ଦନା କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟ ବିଚାରକ ଭାବେ ସଂଗୀତକାର ଶ୍ରୀ ଶ୍ରୀକର ପ୍ରସାଦ ପାଢ଼ୀ, ଶ୍ରୀ ଆଲୋକ କୁମାର ଦେବ୍ ଏବଂ ଶ୍ରୀ କୀର୍ତ୍ତନ ନାରାୟଣ ପାଢୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଗାୟନର ମୂଲ୍ୟାୟନ କରିଥିଲେ । ହିନ୍ଦୀ, ସଂସ୍କୃତ ଏବଂ ଆଞ୍ଚଳିକ ଭାଷା ର ଗୀତର ଏହି ପ୍ରତିଯୋଗିତା ରେ ଚନ୍ଦ୍ରଶେଖର ପୁର ଓଡି ଏମ୍ ପବ୍ଲିକ ସ୍କୁଲର ପ୍ରତିଯୋଗୀ ମାନଙ୍କ ଦ୍ୱାରା ପରିବେଷିତ ଗୀତ ମୂଲ୍ୟାୟନ ପ୍ରକାରେ ସର୍ବୋତ୍କୃଷ୍ଟ ବିବେଚିତ ହେବାରୁ ସେମାନଙ୍କୁ ଆଗାମୀ ଅକ୍ଟୋବର ମାସ ୨୯ ତାରିଖରେ ହେବାକୁ ଥିବା ପ୍ରାନ୍ତ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଚୟନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଟିଟିଲାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ମଧୁସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ସମସ୍ତ ପ୍ରତିଭାଗୀ ଦଳକୁ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ହେତୁ ସମ୍ମାନିତ କରାଯିବା ସହ ବିଜୟୀ ଦଳଙ୍କୁ ବିଜୟ ସୂଚକ ଟ୍ରଫି ଓ ସମସ୍ତ ପ୍ରତିଯୋଗୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷକ ଭାବରେ ପ୍ରାନ୍ତ ପକ୍ଷରୁ ପ୍ରାନ୍ତ ପୃଷ୍ଠ ପୋଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ମହାନ୍ତି କାର୍ଯ୍ୟକ୍ରମଟି ସଫଳତାର ସହିତ ନିୟମାନୁଯାୟୀ ପରିଚାଳନା କରାଯାଇଥିବା ସଂପର୍କରେ ନିଜର ବକ୍ତବ୍ୟ ରଖି ଥିଲେ । ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସଚିବ ପୂର୍ଣ୍ଣ ଚନ୍ଦ୍ର ସାହୁ, ଅର୍ଥ ସଚିବ ପ୍ରକାଶ ଚନ୍ଦ୍ର ବେହେରା, ଗୋପାଳ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶାଖାର ବରିଷ୍ଠ ସଦସ୍‌ଯ ତଥା ଓଡ଼ିଶା ପୂର୍ବ ପ୍ରାନ୍ତର ମହା ସଚିବ ପ୍ରଦୀପ୍ତ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଉପାଧ୍ୟକ୍ଷ ମୂରଲୀଧର ଦାସ ଧନ୍ୟବାଦ ଦେଇଥିଲେ । ନିନାଦିନୀ ମହାନ୍ତି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ସହ ପ୍ରତିଯୋଗିତାଟିକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଧନୂଷ୍ ଧାରୀ ମିଶ୍ର, ଡ. ବିଶ୍ୱେଶ୍ୱର ଦାଶ, ଦେବେନ୍ଦ୍ର ନାଥ ଦାଶ, ଅପର୍ଣ୍ଣା ସ୍ୱାଇଁ, ମଧୁସ୍ମିତା ମହାନ୍ତି, ବିନୋଦିନୀ ପାତ୍ର, ନମିତା ଦାଶ, ସୁଶ୍ରୀ ସ୍ୱାଗତିକା ସାହୁ , ରଘୁପତି ସାହୁ, ଶ୍ରୀଧର ସାହୁ, ଅଶୋକ କୁମାର ବଳ, ସୁଶ୍ରୀ ସାଇ ସୁମନ ନାୟକ, ନଟବର ନାୟକ, ସନ୍ତୋଷ କୁମାର ଷଡଙ୍ଗୀ ପ୍ରମୁଖ ବହୁ ଅଭିଭାବକ, ଶାଖାର ସଦସ୍ୟ ସଦସ୍ୟା ମାନ୍ୟଗଣ୍ୟ ବ୍ୟକ୍ତି ଗଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏଥିରେ ଶାଖା ସଦସ୍ୟ ସଦସ୍ୟା ମାନଙ୍କର ଅକୁଣ୍ଠ ସହଯୋଗ ଅବିସ୍ମରଣୀୟ । ଉପସ୍ଥିତ ସମସ୍ତଙ୍କୁ ଉତ୍ତମ ଜଳପାନ, ଚା ଏବଂ ସୁସ୍ୱାଦୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇ ଥିଲା । ଓଡିଏମ୍ ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷଙ୍କ ସମସ୍ତ ସହଯୋଗ ହେତୁ କାର୍ଯ୍ୟକ୍ରମଟି ସୁନ୍ଦର ଭାବରେ ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *