Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସକାଳୁ ପିଅନ୍ତୁ ଜୁଆଣି ପାଣି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସକାଳୁ ପିଅନ୍ତୁ ଜୁଆଣି ପାଣି

ଜୁଆଣି ଖାଇବା ପେଟ ପାଇଁ ବହୁତ ଭଲ । ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍‌, ବଦହଜମି, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇପାରିବ । ଜୁଆଣି ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ବୋଲି କୁହାଯାଏ । ଜୁଆଣି ପାଇଁ ସେବନ ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ । ଜୁଆଣିରେ ପ୍ରୋଟିନ୍‌, ଫ୍ୟାଟ, ମିନେରାଲ୍ସ, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଅଛି । ଏହା ବ୍ୟତୀତ କ୍ୟାଲସିୟମ୍‌, ଥିଏମାଇନ୍‌, ରାଇବୋଫ୍ଲାଭିନ, ଫସଫରସ୍‌, ଆଇରନ୍ ଏବଂ ନିୟାସିନ୍ ମଧ୍ୟ ରହିଛି । ଜୁଆଣି ଖାଇବା ଦ୍ୱାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରାଯାଇପାରେ । ଜୁଆଣି ପାଣିର କଣ କଣ ଉପକାରିତା ଅଛି ଆସନ୍ତୁ ଜାଣିବା…କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖେ – ଜୁଆଣିରେ ଆଣ୍ଟିହାଇପରଲିପିଡେମିକ୍ ଉପାଦାନ ରହିଛି । ଜୁଆଣି ପାଣି ପିଇବା ଦ୍ୱାରା ଶରୀରର କୋଲେଷ୍ଟ୍ରଲ, ଖଊଖ- କୋଲେଷ୍ଟ୍ରଲ, ଟ୍ରାଇଗ୍ଲେସିରାଇଡ ଏବଂ ମୋଟ ଲିପିଡ କମିଯାଏ । ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ମୋଟାପଣ କମ କରିଥାଏ – ଶରୀରର ଚର୍ବି ବୃଦ୍ଧି ହେତୁ ମେଦବହୁଳତା ସମସ୍ୟା ଦେଖାଦେଇଥାଏ । ମେଦବହୁଳତା ସମସ୍ୟାକୁ ହ୍ରାସ କରିବା ପାଇଁ ଜୁଆଣି ପାଣି ପିଇପାରିବେ । ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇ ଓଜନ ସହଜରେ ନିୟନ୍ତ୍ରଣ କରିପାରିବେ ।

Leave a Reply