Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାୟୁସେନାକୁ ମିଳିଲା ଅତ୍ୟାଧୁନିକ ୨୯୫ ବିମାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାୟୁସେନାକୁ ମିଳିଲା ଅତ୍ୟାଧୁନିକ ୨୯୫ ବିମାନ

ଭୁବନେଶ୍ୱର- ଭାରତୀୟ ବାୟୁସେନାକୁ ମିଳିଛି ସି୨୯୫ ପରିବହନ ବିମାନ । ଏହା ବାୟୁସେନାକୁ ଅଧିକ ସଶକ୍ତ ଓ ଅତ୍ୟାଧୁନିକ କରିବ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଏହି ବିମାନକୁ ବାୟୁସେନାରେ ସାମିଲ କରିଛନ୍ତି । ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭିଆର ଚୌଧୁରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ହିଣ୍ଡନ ଠାରେ ଥିବା ବାୟୁସେନା ଏୟାର ବେସ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମିଳିଥିବା ସୂଚନା ଅନୁସାରେ, ସି-୨୯୫ ବିମାନ ପର୍ଯ୍ୟାୟକ୍ରମେ ବୟୁସେନାର ପୁରୁଣା ଅଭରୋ-୭୪୮ର ସ୍ଥାନ ନେବେ । ୨୦୨୩-୩୧ ମଧ୍ୟରେ ସି-୨୯୫ ବିମାନ ବୟୁସେନାର ଟାଟିକାଲ ଏୟାରଲିଫ୍ଟ କ୍ଷମତାକୁ ଚାଇନା ସମେତ ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଅଧିକ ସଶକ୍ତ କରିବ ।ସି-୨୯୫ ବିମାନକୁ ସ୍ୱଦେଶ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି । ତତକ୍ଷାଣତ ଆକ୍ସନ ଓ ଟ୍ରୁପ୍ସର ପାରା ଡ୍ରପିଂ ପାଇଁ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା ରହିଛି । ସ୍ୱତନ୍ତ୍ର ମିଶନ ସହ ବିପର୍ଯ୍ୟୟ ପ୍ରଶମନ ଓ ସାମୁଦ୍ରିକ ପ୍ୟାଟ୍ରୋଲିଂ ଡ୍ୟୁଟିରେ ମଧ୍ୟ ଏହି ବିମାନ ସାମିଲ ହୋଇପାରିବ ।ସି-୨୯୫ ବିମାନ ପାଇଁ ୨୦୨୧ରେ ୨୨ ହଜାର କୋଟି ଟଙ୍କାରେ ଡିଲ୍ ହୋଇଥିଲା । ୨୦୨୧ରେ ଭିଆର ଚୌଧୁରୀ ଡେପୁଟି ଚିଫ ଅଫ ଏୟାର ଷ୍ଟାଫ ଥିଲେ । ସେ ନିଜେ ହିଁ ଚୁକ୍ତି ପାଇଁ ସବୁ ପ୍ରକାରର କଥାବାର୍ତ୍ତା କରିଥିଲେ । ଏବେ ଭାରତୀୟ ବାୟୁସେନାକୁ ସି-୨୯୫ ବିମାନ ମିଳିଛି ।

Leave a Reply