ଆତଙ୍କବାଦୀ ନିଜାର ହତ୍ୟା ମାମଲା, ଆତଙ୍କବାଦକୁ ନେଇ ଆମେରିକାର ଦୋମୁହାଁ ନୀତି

ୱାସିଂଟନ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପରେ ଆମେରିକା କାନାଡ଼ାକୁ କିଛି ଗୁଇନ୍ଦା ତଥ୍ୟ ପ୍ରଦାନ କରିଥିଲା । କାନାଡ଼ାରେ ଅବସ୍ଥାପିତ ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞକହିଛନ୍ତି ଯେ, ‘ଫାଇଭ୍ ଆଇଜ୍‌’ ଅଂଶୀଦାରଙ୍କ ମଧ୍ୟରେ ଆବଣ୍ଟିତ ତଥ୍ୟ ଆଧାରରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି ଯେ, ନିଜାର ହତ୍ୟା ପଛରେ ଭାରତର ହାତ ଥାଇପାରେ ।ଫାଇଭ୍ ଆଇଜ୍ ହେଉଛି ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ କାନାଡ଼ାର ଗୁଇନ୍ଦା ମେଣ୍ଟ । ନିଜାର ହତ୍ୟା ପରେ ଆମେରିକାର ଗୁଇନ୍ଦା ଏଜେନ୍ସିଗୁଡ଼ିକ

କାନାଡ଼ାକୁ କିଛି ସୂଚନା ପ୍ରଦାନ କରିଥିଲେ,

ଯାହାକୁ ଆଧାର କରି କାନାଡ଼ା ଏହି

ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ, ନିଜାର ହତ୍ୟା

ପଛରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି

ଥାଇପାରେ । ଆତଙ୍କବାଦୀ ସଂଗଠନ

କେଟିଏଫ୍ ମୁଖ୍ୟ ନିଜାରକୁ ଜୁନ୍ ୧୮

ତାରିଖରେ କାନାଡ଼ା ବ୍ରିଟିସ କଲମ୍ବିଆ

ପ୍ରଦେଶର ସୁରେଠାରେ ଦୁଇଜଣ ଅଜ୍ଞାତ

ବ୍ୟକ୍ତି ଗୁଳିକରି ହତ୍ୟା କରିଥିଲେ । ତେବେ

କାନାଡ଼ା ସବୁଠାରୁ ବଡ଼ ପ୍ରମାଣ ଭାବେ

ଯାହା ପାଇଛି, ତାହା ହେଉଛି କାନାଡ଼ାରେ

ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କ

ଟେଲିଫୋନିକ୍ ବାର୍ତ୍ତାଳାପକୁ ଗୋପନରେ

ଶୁଣିବା । ଏଥିରୁ ନିଜାର ହତ୍ୟା ପଛରେ

ଭାରତୀୟ ଏଜେଣ୍ଟମାନଙ୍କ ଭୂମିକା ଥିବା

ନେଇ କାନାଡ଼ା ଦାବି କରୁଛି । ଶୁକ୍ରବାର

ଟ୍ରୁଡୋ କହିଥିଲେ ଯେ, ନିଜାର ହତ୍ୟା ନେଇ

ଭାରତର ସମ୍ପୃକ୍ତିର ପ୍ରମାଣ ଏହା

ନୂଆଦିଲ୍ଲୀକୁ ଅନେକ ସପ୍ତାହ ଆଗରୁ

ଦେଇଛି । ତେବେ କାନାଡ଼ାଠାରୁ ଭାରତ

କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ପାଇ ନ ଥିବା

ନୂଆଦିଲ୍ଲୀ ଦାବି କରିଛି । ଅନ୍ୟପକ୍ଷରେ

କାନାଡ଼ା ଓ ଅନ୍ୟ

ରାଷ୍ଟ୍ରମାନଙ୍କ ଗୁଇନ୍ଦା ସଂସ୍ଥା

ଭାରତୀୟ ଦୂତାବାସକୁ କେଉଁ

ଉଦ୍ଦେଶ୍ୟରେ ସର୍ଭେଲାନ୍ସରେ

ରଖିଥିଲେ ଏବଂ ଅନ୍ତର୍ଜାତୀୟ

ଆଇନକୁ ଉଲ୍ଲଂଘନ କରି

ଏଭଳି ପଦକ୍ଷେପ କାହିଁକି

ନିଆଯାଇଥିଲା ବୋଲି ଏବେ

ପ୍ରଶ୍ନ ଉଠିଛି । ଆମେରିକାର

ଭୂମିକା ମଧ୍ୟ ଏବେ ସନ୍ଦେହ

ଘେରକୁ ଆସିଥିବା ବେଳେ

ଆଗକୁ ଏହି ମାମଲାରେ

ଭାରତ-ଆମେରିକା

ସଂପର୍କରେ ତିକ୍ତତା ଆସିପାରେ ବୋଲି

ଆଶଙ୍କା କରାଯାଉଛି । ନୂଆଦିଲ୍ଲୀରେ

ଜି୨୦ ସମ୍ମିଳନୀ ସମୟରେ ଭାରତର

ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ

ନିଜାର ହତ୍ୟା ମାମଲା ନେଇ କାନାଡ଼ା

ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଏବଂ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉଦ୍‌ବେଗ

ଜଣାଇଥିଲେ ବୋଲି ଏବେ ଦାବି

କରାଯାଉଛି । ନିଜାର ହତ୍ୟା ମାମଲାରେ

ଆମେରିକା ଏବେ ଦୋମୁହାଁ ନୀତିରେ

କାମ କରୁଥିବା ସ୍ପଷ୍ଟ ହୋଇଯାଇଥିବାରୁ

ଆଗକୁ ଆମେରିକା ନେଇ ଭାରତର

ରଣନୀତି କ’ଣ ରହିବ ତାହା ଉପରେ

ବିଶ୍ୱର ନଜର ରହିଛି ।

Leave a Reply

Your email address will not be published. Required fields are marked *