Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ଗାଡି ଜବତ : ଡ୍ରାଇଭର ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ଗାଡି ଜବତ : ଡ୍ରାଇଭର ଅଟକ

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଅନନ୍ତପୁର ଛକ ନିକଟ ଜାତୀୟ ରାଜପଥରେ ଏକ ଗୋରୁ ବୋଝେଇ ଟ୍ରକ ଜବତ କଲା ଚମାଖଣ୍ଡି ଥାନା ପୋଲିସ । ଗୁରୁବାର ସକାଳୁ ଚମାଖଣ୍ଡି ଥାନା ର ସବ ଇନସିପେକ୍ଟର ମାନସୀ ସାହୁ ଓ ଥାନାର କିଛି କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ହାଇୱା ପୋଲିସ ର ସହଯୋଗ ରେ ଉକ୍ତ ଟ୍ରକ କୁ ଜବତ କରିବା ସହିତ ଡ୍ରାଇଭର କୁ ଅଟକ ରଖିଛି । ଅଟକ ଡ୍ରାଇଭର ଜଣକ ହେଲେ ତେଲେଙ୍ଗାନା ର ସାଦାମ ଖାନ । ଖୋର୍ଦ୍ଧା ଜଙ୍କିଆ ଠାରୁ ହାଇଦ୍ରାବାଦ ଯାଉଥିବା ବେଳେ ଏହି ଗାଡି କୁ ଜବତ କରାଯାଇଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି । ଏନେଇ ଚମାଖଣ୍ଡି ଥାନାରେ ୩୧୮/୨୩ ରେ ଏକ ମାମଲା ରୁଜୁ କରାଯିବା ସହିତ ଗୋରୁ ମାନଙ୍କୁ ସୋରଡ଼ା ସ୍ଥିତ ସୁରଭି ଗୋଧାମ ଗୋ ଶାଳାରେ ରଖାଯାଇଛି ।

Leave a Reply