ଧର୍ମ ରକ୍ଷା ସମିତି ତରଫରୁ ଧର୍ମ ରକ୍ଷା ଦିବସ ପାଳିତ

ବାରିପଦା : ବୈଶିଙ୍ଗା ବଜାର ସ୍ଥିତ ହନୁମାନ ମନ୍ଦିର ସମ୍ମୁଖ ରେ ” ଧର୍ମ ରକ୍ଷା ସମିତି ” ପକ୍ଷରୁ ଧର୍ମ ରକ୍ଷା ଦିବସ ପାଳନ କରା ଯାଇଥିଲା ଏବଂ ସାମୁହିକ ହନୁମାନ ଚାଳିଶା ପଠନ କରା ଯାଇଥିଲା । ଶତାଧିକ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରତି ବର୍ଷ ଏହି ଅଗଷ୍ଟ ୨୩ ତାରିଖ ଦିନଟିକୁ ସାରା ଓଡ଼ିଶାରେ ଧର୍ମ ଜାଗରଣ ସମନ୍ୱୟ ସମିତି ପକ୍ଷରୁ ” ଧର୍ମ ରକ୍ଷା ଦିବସ ” ଭାବେ ପାଳନ କରାଯାଇ ଆସୁଛି । ଏହି ଦିନ କନ୍ଧମାଳ ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବର୍ବୋରଚିତ ହତ୍ୟାକାଣ୍ଡ ଘଟିଥିଲା । ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ହିନ୍ଦୁ ଧର୍ମ ବହୁ ସଙ୍କଟଜନକ ପରିସ୍ଥିତି କୁ ସାମ୍ନା କରୁଥିବା ଏବଂ ଭାରତ ବର୍ଷରେ ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଥ?ିବା ସମ୍ପର୍କରେ ସୂଚନା ଦେଇଥିଲେ କ୍ଷ ଆଚାର୍ଯ୍ୟ ବିଜୟ କୁମାର ବ୍ରହ୍ମଚାରୀ ରାଷ୍ଟ୍ରୀୟ ସୟଂ ସେବକ ସଂଘ ଜିଲ୍ଲା ସହ ସଂଘ ଚାଳକ ରଘୁଚରଣ ପ୍ରଧାନ ମାର୍ଗ ଦର୍ଶନ କରି ଧର୍ମ ସଂସ୍କୃତି ସୁରକ୍ଷା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ପାଇଁ କହିଥିଲେ । ଧର୍ମ ରକ୍ଷା ସମିତି, ବୈଶିଙ୍ଗା ର ସଂଯୋଜକ ସତ୍ୟବ୍ରତ ମହାପାତ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *