Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିଶୁ ବାଟିକାରରେ ମାତୃ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିଶୁ ବାଟିକାରରେ ମାତୃ ସମ୍ମିଳନୀ

କରଞ୍ଜିଆ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଣୀତୀର୍ଥ କରଞିଆରେ ଶିଶୁ ବାଟିକାରେ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅତିଥିଭାବେ କ୍ଷେତ୍ରିୟ ସଙ୍ଗୀତ ସଂଯୋଜକ ପି.ମୋହନ ରାଓ ପାତ୍ର ଯୋଗ ଦେଇ ଶିଶୁ ଶିକ୍ଷା ସଂସ୍କାରରେ ମା ମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପରିଚାଳନା ଉପସଭାପତି ତ୍ରିଲୋଚନ ସେଠି ଅନ୍ୟତମ ଅତିଥି ରୂପେ ଯୋଗଦେଇ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଶିଶୁର ଅଭିବୃଦ୍ଧି ନିମନ୍ତେ ମା’ର ଭୂମିକା ଓ କର୍ତ୍ତବ୍ୟ କ’ଣ ହେବା ଆବଶ୍ୟକ ସେ ସଂପର୍କରେ ମାର୍ଗଦର୍ଶନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ମଦନ ମୋହନ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଶିଶୁ ବାଟିକା ପ୍ରମୁଖ ମନୋହର ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶେଷରେ ପରିଚାଳନା ସମିତିର ସଦସ୍ୟା ଦିପ୍ତିମୟୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର କରିବା ପାଇଁ ପ୍ରାତଃ ପର୍ଯ୍ୟାୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave a Reply