ଜୟପୁର ସଙ୍କୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମୂହର ଜ୍ଞାନ ବିଜ୍ଞାନ ମେଳା

ଜୟପୁର: ଜୟପୁର ଅରବିନ୍ଦ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜୟପୁର ସଙ୍କୁଳର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମୂହର ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ ହୋଇସାରିଛି । ଏଥିରେ କୋଟପାଡ଼,କୁମୁଲି, ବୋରିଗୁମ୍ମା, ଆମ୍ବାଗୁଡା, ଅରବିନ୍ଦ ନଗର, ଶାରଦା ବିହାର,ଲମତାପୁଟ, ବୈପାରିଗୁଡା ଓ କୁନ୍ଦୁରା ର ୨୦୯ ଶିଶୁଙ୍କ ସମେତ ୩୦୮ ଜଣ ଯୋଗ ଦେଇଥିଲେ । ଶିଶୁ,ବାଲ, କିଶୋର ଏହିପରି ୩ ଟି ବର୍ଗରେ ବିଜ୍ଞାନ ପ୍ରକଳ୍ପ, ପତ୍ର୍ୱଚନ, ପ୍ରଶ୍ନମଂଚ, ପ୍ରୟୋଗ, ଗଣିତ ପ୍ରଶ୍ନମଂଚ, ଗାଣିତିକ ପ୍ରକଳ୍ପ, ବୈଦିକ ଗଣିତ ପତ୍ରବାଚନ, ଗଣିତ ପ୍ରୟୋଗ, ସଂସ୍କୃତିଜ୍ଞାନ ପ୍ରଶ୍ନମଂଚ, କଥୋପକଥନ, ତତ୍କାଳୀନ ଭାଷଣ, ଆଚାର୍ଯ୍ୟ ମାନଙ୍କ ପତ୍ରବାଚନ, ମୂର୍ତିକଳା ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଭାଗୀମାନେ ଚଳିତ ମାସ ୧୯ ତାରିଖ ଦିନ ରାୟଗଡା, କୋରାପୁଟ ଏବଂ ଜୁନାଗଡ଼ ଠାରେ ଆୟୋଜିତ ହେବାକୁ ଥିବା ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦେବେ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ । ସଙ୍କୁଳ ପ୍ରମୁଖ ହେମନ୍ତ କୁମାର ଚାନ୍ଦ ଏବଂ ସଙ୍କୁଳ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ଗବେଷକ ତଥା ସାମ୍ବାଦିକ ଶ୍ରୀ ପରେଶ କୁମାର ରଥ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ପରିଚାଳନା ସମିତିର ସଦସ୍ୟ ବୃନ୍ଦ ଯଥା ପ୍ରେମାନନ୍ଦ ନାୟକ, ଦୁର୍ଗାମାଧବ ଦାସ, ସତ୍ୟବାଦୀ ମିଶ୍ର, ସନ୍ତୋଷ କୁମାର ବେହେରା ଯୋଗ ଦେଇଥିଲେ । କୋଷାଧ୍ୟକ୍ଷ ମିହିର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *