Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ

ପୁରୀ : ଚନ୍ଦନପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଶୁକ୍ରବାର ଦିନ ମହାସାରହରେ ପାଳିତ ହୋଇଛି ।ବିଦ୍ୟାମନ୍ଦିରର ଇକୋକ୍ଲବ୍ ତରଫରୁ ଆୟୋଜିତ ଓ ପରିବେଶ ଶିକ୍ଷା କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ର ମୁଖ୍ୟ ସୂଚନା ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଯୋଗଦାନ କରିଥିବା ବେଳେ ଭୁବନେଶ୍ୱର ପରିବେଶ ଶିକ୍ଷା କେନ୍ଦ୍ରର ଯୋଜନା ସହାୟକ ଭରତ ଚନ୍ଦ୍ର ଜେନା ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ । ଜନ ଜୀବନ ସୁରକ୍ଷାରେ ପ୍ରକୃତିର ଭୂମିକା ସମ୍ପର୍କରେ ଛାତ୍ରୀଛାତ୍ର ମାନଙ୍କୁ ସୂଚନା ଦେଇଥିଲେ । ବିଦ୍ୟାଳୟ ସ୍ତରର ପିଲାମାନେ ଏବାବଦରେ ସଚେତନ ହେବା ଜରୁରୀ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସଂପାଦକ ଦୀନବନ୍ଧୁ ସାମନ୍ତରା, ଉପସଭାପତି ପ୍ରକାଶ ଚନ୍ଦ୍ର ପରିଡା, ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୋଷାଧ୍ୟକ୍ଷ ସନାତନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ ଅବସରରେ ବିଦ୍ୟାମନ୍ଦିର ନୂତନ ଭବନ ପରିସରରେ ବୃକ୍ଷରୋପଣ କରାଯାଇଥିଲା ବକ୍ତୃତା ଓ ରଚନା ପ୍ରତିଯୋଗିତାର ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

Leave a Reply