Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୬୦୯ ବିଲିୟନ ଡ଼ଲାରରେ ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୬୦୯ ବିଲିୟନ ଡ଼ଲାରରେ ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ: ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ପୁଣି ଥରେ ୬୦୦ ବିଲିୟନ ଡଲାର ଅତିକ୍ରମ କରିବାରେ ସଫଳ ହୋଇଛି । ଜୁଲାଇ ୧୪, ୨୦୨୩ ଶେଷ ସପ୍ତାହରେ ବୈଦେଶିକ ମୁଦ୍ରା ସଂରକ୍ଷଣ ୧୨.୭୪ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୬୦୯ ବିଲିୟନ ଡ଼ଲାରରେ ପହଞ୍ଚିଛି । ତଥ୍ୟ ପ୍ରକାଶ କରି ଆରବିଆଇ ଏହି ସୂଚନା ଦେଇଛି । ଏହାପୂର୍ବରୁ ଜୁଲାଇ ୭, ୨୦୨୩ ଶେଷ ସପ୍ତାହରେ, ବୈଦେଶିକ ମୁଦ୍ରା ଭଣ୍ଡାରରେ ୧.୨୩ ବିଲିୟନ ଡ଼ଲାର ବୃଦ୍ଧି ଘଟିଥିଲା । ଜୁନ୍ ୩୦, ୨୦୨୩ ଶେଷ ହେବାକୁ ଥିବା ସପ୍ତାହ ପାଇଁ ବୈଦେଶିକ ମୁଦ୍ରା ଭଣ୍ଡାର ୧.୮୫ ବିଲିୟନ ଡ଼ଲାରରେ ପହଞ୍ଚିଛି । ଜୁଲାଇ ୨୧, ୨୦୨୩ ଶୁକ୍ରବାର ଦିନ, ଆରବିଆଇ ବୈଦେଶିକ ମୁଦ୍ରା ସଂରକ୍ଷଣର ତଥ୍ୟ ପ୍ରକାଶ କରିଛି । ଏହି ଆକଳନ ଅନୁଯାୟୀ, ଜୁଲାଇ ୧୪ ଶେଷ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୧୨.୭୪ ବିଲିୟନ ଡ଼ଲାରରେ ବୃଦ୍ଧି ପାଇ ୬୦୯.୦୨୨ ବିଲିୟନ ଡ଼ଲାରରେ ପହଞ୍ଚିଛି । ଆରବିଆଇ ତଥ୍ୟ ଅନୁଯାୟୀ, ବୈଦେଶିକ ମୁଦ୍ରା ସମ୍ପତ୍ତି ୧୧.୧୯୮ ବିଲିୟନ ଡ଼ଲାର ସହିତ ୫୪୦.୧୬ ବିଲିୟନ ଡ଼ଲାରରେ ପହଞ୍ଚିଛି । ସୁନା ରିଜର୍ଭରେ ମଧ୍ୟ ୧.୧୩ ବିଲିୟନ ଡ଼ଲାର ବୃଦ୍ଧି ଘଟିଛି । ୧୧୩୭ ମିଲିୟନ ଡ଼ଲାର ସହିତ ସୁନା ରିଜର୍ଭ ୪୫.୧୯ ବିଲିୟନ ଡ଼ଲାରକୁ ଆସିଛି ।

Leave a Reply