Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଋଣଗ୍ରସ୍ତ ଦେଶ ଭିତରେ ଚାରି ନମ୍ବରରେ ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଋଣଗ୍ରସ୍ତ ଦେଶ ଭିତରେ ଚାରି ନମ୍ବରରେ ପାକିସ୍ତାନ

ପାକିସ୍ତାନ: ଆର୍ଥିକ ଦୁଃଖଦ ପରିସ୍ଥିତିରେ ଫସି ରହିଥିବା ପଡୋଶୀ ଦେଶ ପାକିସ୍ତାନ, ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତମ ଦେଶ ହେବାକୁ ଯାଉଛି । ଅନ୍ତର୍ଜାତୀୟ ଋଣଦାତା ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ସହିତ ଷ୍ଟାଣ୍ଡ-ବାଇ ବ୍ୟବସ୍ଥା ଅନୁଯାୟୀ ଆସନ୍ତା ୯ ମାସରେ ପାକିସ୍ତାନକୁ ଆଉ ୩ଟି ବିଲିୟନ ଆମେରିକିୟ ଡଲାରର ନୂଆ ଋଣ ମିଳିବାକୁ ଯାଉଛି । ଏହି ଋଣ ପରେ ପାକିସ୍ତାନ ଦୁନିଆର ଚତୁର୍ଥ ସବୁଠାରୁ ବଡ଼ ଆଇଏମଏଫ କର୍ଜଧାର ଦେଶ ହୋଇଯିବ । ଏହାପୂର୍ବରୁ ପାଂଚନମ୍ବର ସ୍ଥାନରେ ପାକିସ୍ତାନ ରହିଥିଲା । ୧୯୪୭ ମସିହାରେ ପାକିସ୍ତାନ ବ୍ରିଟିଶ ମାନଙ୍କ ପାଖରୁ ମୁକ୍ତି ପାଇବା ପରେ ସବୁଠୁ ଖରାପ ଆର୍ଥିକ ସଂଙ୍କଟର ସାମ୍ନା କରିଥିଲା । ମାର୍ଚ୍ଚ ୩୧ ୨୦୨୩ରେ ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷରେ ସବୁଠାରୁ ଅଧିକ ଋଣ ନେଇଥିବା ଦେଶର ତାଲିକାରେ ପଂଚମ ସ୍ଥାନରେ ଥିଲା, କିନ୍ତୁ ବର୍ତ୍ତମାନ ଚତୁର୍ଥ ନମ୍ବରକୁ ଆସିବ । ଆଇଏମଏଫ ସହିତ ଷ୍ଟାଣ୍ଡ-ବାଇ ବ୍ୟବସ୍ଥା ଅନୁଯାୟୀ, ଆସନ୍ତା ୯ ମାସ ଭିତରେ ଆଉ ୩ଟି ବିଲିୟନ ଆମେରିକିୟ ଡଲାର ପାଇବ । ସୂଚନା ଅନୁଯାୟୀ, ଓଗୠରୁ ଋଣ ନେଇଥିବା ମାମଲାରେ ଆରଜେଟିଂନା ୪୬ ବିଲିୟନ ଆମେରିକୀୟ ଡଲର ସହିତ ପ୍ରଥମ ସ୍ଥାନରେ ଥିବା ବେଳେ, ଇଜିପ୍ଟ ୧୮ ବିଲିୟନ ଆମେରିକୀୟ ଡଲର ସହ ଦ୍ୱିତୀୟ ସ୍ଥାନରେ ରହିଛି । ୟୁକ୍ରେନ ୧୨.୨ ବିଲିୟନ ଡଲର ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ, ଇକୱାଡୋର ୮.୨ ବିଲିୟନ ଡଲର ସହିତ ଚତୁର୍ଥ ସ୍ଥାନରେ ଅଛି ଏବଂ ପାକିସ୍ତାନ ୭.୪ ବିଲିୟନ ଡଲର ସହିତ ପଂଚମ ସ୍ଥାନରେ ରହିଛି । ବିଶ୍ୱର ଋଣଦାତା ଠାରୁ ୧୦.୪ ବିଲିୟନ ଆମେରିକୀୟ ଡଲରର ଋଣ ସହିତ ପାକିସ୍ତାନ ଇକୱାଡୋରକୁ ପଛରେ ପକାଇ ଏବେ ଦୁନିଆର ସବୁଠାରୁ ବଡ଼ ଚତୁର୍ଥ ଆଇଏମଏଫ ଉଦ୍ଧାରକ ର୍ା ହୋଇଯିବ । ଏନେଇ ଏହି ଚୁକ୍ତିକୁ ଆଇଏମଏଫ ବୋର୍ଡର ଦ୍ୱାରା ଅନୁମୋଦନ କରିବାର ଆବଶ୍ୟକତା ରହିଛି । ଏହି ସୌଦାଟି ଆଠ ମାସ ଡେରୀରେ ହୋଇପାରେ ।

Leave a Reply