Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖଲିସ୍ଥାନୀ ସଂଗଠନଗୁଡ଼ିକ ପଞ୍ଜାବର ହିନ୍ଦୁ ନେତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖଲିସ୍ଥାନୀ ସଂଗଠନଗୁଡ଼ିକ ପଞ୍ଜାବର ହିନ୍ଦୁ ନେତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି

ନୂଆଦିଲ୍ଲୀ : ନିଜର ତିନିଜଣ ବରିଷ୍ଠ ନେତାଙ୍କ ମୃତ୍ୟୁ ପରେ ଖଲିସ୍ତାନ ସମର୍ଥକ ସଂସ୍ଥାଗୁଡ଼ିକ ଏବେ ଗଭୀର ଚାପରେ ଅଛନ୍ତି । ଏସବୁ ନେତାଙ୍କ କେବଳ ହତ୍ୟା ବା ମୃତ୍ୟୁ ହୋଇନି ବରଂ ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଯୋଜନା କରି ହତ୍ୟା କରିଛନ୍ତି ବୋଲି ସେମାନେ ମନେକରୁଛନ୍ତି । ଏବେ ସେମାନେ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ଖଲିସ୍ଥାନୀ ସଂଗଠନଗୁଡ଼ିକ ପଞ୍ଜାବର ହିନ୍ଦୁ ନେତା ଓ ବ୍ରିଟେନ, ଆମେରିକା, କାନାଡା ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଥିବା ଭାରତୀୟ କନସୁଲେଟଗୁଡ଼ିକ ଉପରେ ଆକ୍ରମଣ ଓ ହିଂସାତ୍ମକ ବିକ୍ଷୋଭ ଯୋଜନା କରୁଛନ୍ତି । ଏଥିପାଇଁ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ବିଶେଷକରି ଗତ ଜୁଲାଇ ୨ ତାରିଖରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ପରେ ସତର୍କତାକୁ ବଢାଇଦିଆଯାଇଛି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଖଲିସ୍ତାନର ତିନି ଜଣ ନେତାଙ୍କ ମୃତ୍ୟୁ ପରେ ଏହାର ଶୀର୍ଷ ନେତୃତ୍ୱ ଚାପରେ ଅଛନ୍ତି । ଗତ ମାସରେ କାନାଡ଼ାରେ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରାଯାଇଥିଲା । ସେହିପରି ପାକିସ୍ତାନରେ ରହୁଥିବା ୬୩ ବର୍ଷୀୟ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱାରଙ୍କୁ ହତ୍ୟା କରାଯାଇଥିବା ଖବର ମେ ମାସରେ ସାମ୍ନାକୁ ଆସିଥିଲା । ଏବଂ ଗତ ମାସରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଯୋଜନା କରିଥିବା ଖଲିସ୍ତାନ ସମର୍ଥକ ନେତା ଅବତାର ସିଂ ଖଣ୍ଡାଙ୍କର ବ୍ରିଟେନରେ ଦେହାନ୍ତ ହୋଇଥିଲା ।

Leave a Reply