Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂସ୍କାର ଭାରତୀ ବଲାଙ୍ଗିର ଆନୁକୁଲ୍ୟରେ ଗୁରୁ ପୂର୍ଣ୍ଣିମା ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂସ୍କାର ଭାରତୀ ବଲାଙ୍ଗିର ଆନୁକୁଲ୍ୟରେ ଗୁରୁ ପୂର୍ଣ୍ଣିମା ପାଳିତ

ବଲାଙ୍ଗୀର : କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସାଂସ୍କୃତିକ ସଂଗଠନ ସଂସ୍କାର ଭାରତୀ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ଯାଦବ ଭବନ ଠାରେ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉସôବରେ ସଂସ୍କାର ଭାରତୀ ଉକôଳ ପଶ୍ଚିମ ପ୍ରାନ୍ତର ଉପ ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଭାପତି ବାସୁଦେବ ମେହେର, ସଂପାଦକ ଦିଲ୍ଲୀପ କୁମାର ସିଂହଦେଓ, ସହ-ସଂପାଦକ ମଳୟ ତ୍ରିପାଠୀ, ଉପସଭାପତି ପ୍ରଦୀପ କୁମାର ବରାଳ ଓ ମୁରଳୀଧାରୀ ପତି ଏବଂ ସଂଯୋଜକ ଶ୍ରୀ ସିଂହଦେଓ ସଂଗଠନର ଲକ୍ଷ ଓ ଉଦେ୍ଦଶ୍ୟ ତଥା ସାଂପ୍ରତିକ ସମାଜରେ ଗୁରୁପୂର୍ଣ୍ଣିମା ପାଳନର ଯଥାର୍ଥତାକୁ ବକ୍ତବ୍ୟ ରେ ଉପସ୍ଥାପିତ କରିବା ପରେ ବଲାଙ୍ଗିର ତଥା ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ବିଶିଷ୍ଟ କଳାକାର ତଥା ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଗଲା । ସେଇ ପ୍ରତିଭାବାନ ଗୁରୁମାନେ ହେଲେ ବୟୋଜ୍ୟେଷ୍ଠ ଚିତ୍ରଶିଳ୍ପୀ ଶ୍ରୀକାନ୍ତ ଉଦ୍ଗାତା, ସଂପ୍ରଦା ଗୁରୁ, ପରମାନନ୍ଦ ମାଝି, ମୃଦଙ୍ଗ ବାଦକ ଭେଙ୍କଟେଶ୍ୱର ଦାସ, ଗଣ୍ଡାବଜା ଗୁରୁ ଅର୍ଣ୍ଣ ନନ୍ଦ, ସଂଚାର କଳାକାର ଶମ୍ଭୁ ଭୂଷଣ ବାଗ, ଦଣ୍ଡ ନୃତ୍ୟଗୁରୁ ଅଭିମନ୍ୟୁ ମେହେର ପ୍ରଭୃତି । ସଂଗଠନର କୋଷାଧ୍ୟକ୍ଷ ମାନସ ରଂଜନ ସାହୁ, ନିରଞ୍ଜନ ରଥ, ଡା. ବ୍ରଜ କିଶୋର ପଣ୍ଡା ତଥା ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

Leave a Reply