Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଳମଛୁଇଁ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁପୂର୍ଣ୍ଣିମା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଳମଛୁଇଁ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁପୂର୍ଣ୍ଣିମା

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଶ୍ରୀଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯେ୍ୟାଧନ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ସଭାପତି ଶିକ୍ଷାବିତ୍ ଦିବାକର ବାରିକ,ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟା ଦମୟନ୍ତୀ ନନ୍ଦ,ସମ୍ମାନନୀୟ ଅତିଥି ଭାବରେ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଧ୍ୱଜାରୋପଣ କରା ଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠା ଆଚାର୍ଯ୍ୟା ବୈଦେହୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବାରିକ ଭାରତୀୟ ସଂସ୍କୃତିରେ ଗୁରୁଙ୍କର ମହତ୍ୱ ସମ୍ବନ୍ଧରେ ଆଲୋଚନା କରିବା ସହ ଅଜ୍ଞାନ ରୂପକ ଅନ୍ଧକାର ମଧ୍ୟରୁ ଜ୍ଞାନରୂପକ ଆଲୋକକୁ କେବଳ ଗୁରୁ ହିଁ ମାର୍ଗଦର୍ଶନ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା କଳ୍ପନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ମଳୟ ଦାସ,ଚତୁର୍ଭୂଜ ସାହୁ,ସବିତା ସାହୁ,କମଳ ଲୋଚନ ପ୍ରଧାନ,ହିଂମାଶୁ ଦାସ,ସ୍ନେହଲତା ସ୍ୱାଇଁ,ସରସ୍ୱତୀ ସାହୁ,ଦୁର୍ଯେ୍ୟାଧନ ସାହୁ,ଅନୀଲ କୁମାର ସାହୁଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply