Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବାଲିଅନ୍ତା :ବାଲିଅନ୍ତା ବ୍ଲକ ଅଧୀନ ବାଳକାଟି ଜାମୁତୋଟା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସ୍କୁଲ ସଭାକକ୍ଷରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଅବସରରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିର ଶୁଭାରମ୍ଭ କରିଥିଲେ । ଏଭଳି ମହତ କାର୍ଯ୍ୟ ପରି·ଳନରେ ସହଯୋଗ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ବିଧାୟକ ପ୍ରଶଂସା କରିଥିଲେ । ସ୍କୁଲ ସଭାପତି ଶଙ୍କର ସାହୁ ପ୍ରତିବର୍ଷ ସ୍କୁଲ ପକ୍ଷରୁ ରକ୍ତଦାନ ଶିବିର, ବୃକ୍ଷରୋପଣ, ମେଧା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସଂପାଦକ ଚେତନ୍ୟ ସାହୁ ପ୍ରତିବର୍ଷ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସ୍କୁଲର ଖେଳପଡ଼ିଆ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଆ·ର୍ଯ୍ୟ ସର୍ବେଶ୍ୱର ରଣସିଂହ, ସହ ପ୍ରଧାନ ଆ·ର୍ଯ୍ୟ ପ୍ରଦୀପ୍ତ ଜେନା, ଚିନ୍ମୟ ସାହୁ, ମ୍ୟାନେଜିଂ ଟ୍ରଷ୍ଟି ମମତା ସାହୁ , ଏବଂ ବିଦ୍ୟାଳୟର ସମସ୍ତ ଗୁରୁମା’ ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ବେହେରା, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ମଲ୍ଲିକ, ସମାଜସେବୀ ଶିବ ମଲ୍ଲିକ, ପ୍ରକୃତିବନ୍ଧୁ ଶିବ ଦୀନବନ୍ଧୁ ଭୋଇ, ମାଗୁଣି ସେଠୀ , ପ୍ରୀତିରଞ୍ଜନ ପ୍ରଧାନ,ଏସଆଇ ମୁମତାଜ ଅଲ୍ଲି ଖାନ ପ୍ରମୁଖ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply