Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାଦିମନ୍ଦିରରେ ଜଳିଲା ଝାଡବତୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାଦିମନ୍ଦିରରେ ଜଳିଲା ଝାଡବତୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ପାଳିତ ହୋଇଯାଇଛି । ସନ୍ଧ୍ୟା ୬ଘଣ୍ଟା ୧୫ମିନିଟ ସମୟରେ ଗାଦି ମନ୍ଦିରରେ ଝାଡ ଦ୍ୱୀପରେ ଅଗ୍ନି ସଂଯୋଗ ହୋଇଥିଲା । ମହିମା ଗାଦିରେ ଶାନ୍ତିର ବାତାବରଣ ଯୋଗୁଁ ଧିରେ ଧିରେ ପର୍ଯ୍ୟଟକ ଓ ଭକ୍ତଙ୍କ ସଂଖ୍ୟା ବଢିବାର ଲାଗିଛି । ବହୁ ସଂଖ୍ୟକ ଭକ୍ତ ଆସିଥିବାର ଦେଖାଯାଇଥିଲେ । ପ୍ରାତଃ ସମୟରୁ ଗାଦି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ସମେତ ସମସ୍ତ ଉପାସନା ପୀଠରେ ମହିମା ସ୍ୱାମୀଙ୍କର ସମସ୍ତ ନୀତି ସମ୍ପନ୍ନ କରାଯାଇଥିଲା । ମଧ୍ୟାହ୍ନ ନୀତି ଶେଷ ହେବାପରେ ଅପରାହ୍ନ ୫ଟା୩୦ ସମୟରେ ସାନ୍ଧ୍ୟା ନୀତି ଆରମ୍ଭ ହୋଇଥିଲା । ପ୍ରଥମେ ଝାଡୁ ଦ୍ୱାରା ଗାଦିମନ୍ଦିରକୁ ସଫା କରାଯାଇଥିଲା । ବରିଷ୍ଠ ନୀତି ସନ୍ୟାସୀ ମାନେ ମନ୍ଦିରରେ ଚନ୍ଦନ, ଅଗୁରୁ ସିଞ୍ଚନ କରି ପବିତ୍ର କରିବା ସହିତ ଛେରାପହଁରା କରିଥିଲେ । ଗାଦି ମନ୍ଦିରରେ ·ମର ସେବା ପରେ ସନ୍ଧ୍ୟା ୬ଟା୧୫ ମିନିଟ ସମୟରେ ପଶ୍ଚିମ ପାର୍ଶ୍ୱ ଝାଡ ଦ୍ୱିପରେ ଅଗ୍ନି ସଂଯୋଗ କରାଯାଇ ପ୍ରଜ୍ୱଳିତ କରାଯାଇଥିଲା । ନୀତି ବାବା, ଦୁଃଖ ବନ୍ଧୁ ବାବା, ଅଚୁ୍ୟତ ବାବା,ଶଙ୍କର ବାବା ଓ ପ୍ରମୋଦ ବାବା ·ରି ଦ୍ୱାରରେ ଝାଡବତୀରେ ଅଗ୍ନି ସଂଯୋଗ କରିଥିଲେ । ପ୍ରଥମେ ଗାଦି ମନ୍ଦିରର ପଶ୍ଚିମ ଦ୍ୱାରରେ ଝାଡବତୀରେ ଅଗ୍ନି ସଂଯୋଗ କରାଯାଇଥିଲା । ପରେ ପୂର୍ବ,ଉତ୍ତର ଓ ଦକ୍ଷିଣ ପାଶ୍ୱର୍ ଝାଡରେ ଅଗ୍ନି ସଂଯୋଗ କରାଯାଇଥିଲା । ଭଜନ ନୀତି ସେବକମାନେ ଭଜନ କରିଥିଲେ । ବହୁ ସଂଖ୍ୟାରେ ସ୍ଥାନୀୟ ଭକ୍ତ ଓ ବିଭିନ୍ନ ଜିଲ୍ଲାର ଭକ୍ତ ମାନେ ଝାଡ ଦର୍ଶନ କରିଥିଲେ । ସତ୍ୟମହିମା ଧର୍ମଧାମ ପରି·ଳନା କମିଟି ସଭାପତି ଶୁକଦେବ ବାବାଙ୍କ ପରାମର୍ଶ, ସମ୍ପାଦକ ବାବା ନିତ୍ୟାନନ୍ଦ ଦାସଙ୍କ ଉପସ୍ଥିତିରେ ପରି·ଳନ କମିଟି ସଭ୍ୟ ପ୍ରସନ୍ନ ବାବା , ଶଙ୍କର ବାବା, ଚୈତନ୍ୟ ଦାସ, ବିଶ୍ୱାନନ୍ଦ ଦାସ ପ୍ରମୁଖ ଗାଦି ମନ୍ଦିରରେ ଝାଡ ନୀତି ପରି·ଳନା କରିଥିଲେ । ବନମାଳୀ ବାବା, ଧର୍ଯ୍ୟବନ୍ଧୁ ଦାସ, ଆଲୋକ ଦାସ, କାହ୍ନୁ ବୈରାଗୀ, ବରୁଣ ବୈରାଗୀ ଓ ସାଧୁ ଆଲୋକ ଦାସ, ସାଧୁ ବୋଧିରାମ ଦାସ ଭଜନ ପରିବେଷଣ କରିଥିଲେ । ଅଖଣ୍ଡ ଜ୍ୟୋତି ମନ୍ଦିରରେ କୈୟପିନଧାରୀ ମହିମା ସମାଜ ସଭାପତି ରଘୁନାଥ ଦାସ, ବରିଷ୍ଠ ସନ୍ୟାସୀ ଅବିନାଶୀ ବାବା, ଅଭୟ ବାବା, ବୀଣାକର ବାବା ଓ ସମ୍ପାଦକ ସୁଶାନ୍ତ ବାବାଙ୍କ ପରି·ଳନରେ ଝାଡନୀତି ପରି·ଳିତ ହୋଇଥିଲା । କୌପିନଧାରୀ ମହିମା ସମାଜର ଭଜନ ନୀତି କନ୍ଦର୍ପ ଦାସ, ସୁଦର୍ଶନ ଦାସ, ବିଶ୍ୱନାଥ ଦାସ, ଗୁଣନିଧି ଦାସ, ପରମାନନ୍ଦ ଦାସ, ମାଧବ ଦାସ ଓ ଅଲେଖ ଦାସ ପ୍ରମୁଖ ଝାଡନୀତି ପରି·ଳନା କରିଥିଲେ ।

Leave a Reply