Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫେରିଲାଣି ୨.୭୨ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍ : ରିଜର୍ଭ ବ୍ୟାଙ୍କ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫେରିଲାଣି ୨.୭୨ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍ : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଅ ।ରବିଅ ।ଇ) କହିଛି ଯେ ଜୁନ ୩୦ ସୁଦ୍ଧା ୨.୭୨ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଅ । ନୋଟ୍ ଫେରିଅ ।ସିଛି । ବର୍ତ୍ତମାନ କେବଳ ୮୪,୦୦୦ କୋଟି ଟଙ୍କାର ୨,୦୦୦ ଟଙ୍କିଅ । ନୋଟ୍ ପ୍ରଚଳନରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି । ଗତ ମେ ୧୯ରେ ୨ ହଜାର ଟଙ୍କିଅ । ନୋଟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୩୦ ସୁଦ୍ଧା ୨ ହଜାର ଟଙ୍କିଅ । ନୋଟ ଫେରସ୍ତ କରିହେବ । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଅ ।ସିଥିବା ୨୦୦୦ ଟଙ୍କିଅ । ନୋଟ ମଧ୍ୟରୁ ୮୭ ପ୍ରତିଶତ ନୋଟ ବ୍ୟାଙ୍କ ଖାତାରେ ଜମା ହୋଇଛି ଓ ୧୩ ପ୍ରତିଶତ ବଦଳ ହୋଇଛି । ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୦୦ ଟଙ୍କିଅ । ନୋଟ୍ ଅଚଳ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଅ ।ଗତ ଏକ ଜନସ୍ୱାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ମୁଖ୍ୟ ବି·ରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଅ ।ବେଦନକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ଏହି ଅ ।ବେଦନ ଉପରେ ମେ ୩୦ରେ ରାୟ ସଂରକ୍ଷିତ ରଖାଯାଇଥିଲାୟ ଅ ।ବେଦନକାରୀ ରଜନୀଶ ଭାସ୍କର ଗୁପ୍ତା ଯୁକ୍ତି ବାଢ଼ିଥିଲେ ଯେ ୨୦ ଟଙ୍କିଅ । ନୋଟ୍ କୁ ପ୍ରଚଳନରୁ ପ୍ରତ୍ୟାହାର କରିବାର କ୍ଷମତା ରିଜର୍ଭ ବ୍ୟାଙ୍କର ନାହିଁ ଏବଂ କେବଳ କେନ୍ଦ୍ର ସରକାର ହିଁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରିବେ । ଏହା ପୂର୍ବରୁ ମଧ୍ୟ ହାଇକୋର୍ଟ ଏପରି ଏକ ମାମଲାକୁ ଖାରଜ କରିସାରିଛନ୍ତି ।

Leave a Reply